Recent Posts

User Poetry Contribution: Pravata By Chinmayee Dey From Balasore (.PDF Available)

Jul 19, 2015 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
User Poetry Contribution: Pravata By Chinmayee Dey From Balasore (.PDF Available)
Our one of visitor-cum-fan Chinmayee Dey from Balasore uploaded this awesome poetry to publish on OdiaPortal.IN. You can read the Poetry Here on OdiaPortal or Download The Printable Document (.PDF) to your computer/mobile for future use.

You can also send us your own Poetry (Kabita) to publish here for free. Long and valuable poetry will be publish here. Short poetry (Shayari Type) will publish on our Facebook Page. Other abuse type or nasty poetry will be ignored.  


ତା ଆଗମନେ ,
କ୍ଷଣଦାର କ୍ଷଣକରେ ଅବଶାନ
ପୂର୍ବ ଅନ୍ତରିକ୍ଷେ ହସି ଉଠେ ॰ ॰
ଦିନମଣୀଙ୍କ ସୁନେଲି ସୁନେଲି କିରଣ (୧ )
କେବେ ସେ ଉଦଘାତ
ମନ୍ଦିରର ପବିତ୍ର ଘଣ୍ଟଧ୍ବନିରେ
ପୁଣି କେବେ ବିହଙ୍ଗର କାକଳିରେ(୨ )
ତାର ମୃଦୁଳ ସ୍ପର୍ଶରେ
ସୁମନ ତନୁରେ ଅପୂର୍ବ ସତେଜତା
ପୁଣି ଅବନୀ ରାଣୀ ହୁଏ ପୁଲକିତା (୩ )
ସେ ହିଁ ପ୍ରଭାତ
କେବେ ସେ କରାଏ
ଦୁଃସ୍ଵପ୍ନ ର ସମାପନ
ପୁଣି କେବେ ସେ ଭରିଦିଏ
ଜୀବନରେ ପ୍ରୀତିର ଗୁଞ୍ଜନ (୪ )
କେବେ ସେ ଭୁଲାଏ
ଅତୀତର ସବୁ ବେଦନା
ଆଉ କେବେ ଆଣେ
ପ୍ରକ୍ରମରୁ ଅନେକ ଯତନା (୫ )
ତାର ବିସ୍ତୀର୍ଣ୍ଣ ରଜ୍ଵତିରେ
କେବେ କେବେ ଘଟିଯାଏ ମିଠାମିଠା ଦୁର୍ଘଟଣା
ପୁଣି ସେ କେବେ ଖୋଜେ
ମନସାରେ ସ୍ମୃତିର ଅଲିଭା ଠିକଣା(୬ )
କେବେ କେବେ ସେ କରାଏ
ନୂତନ ଅତିଥିର ଆଗମନ
ପୁଣି କେବେ ସେ
ଗୋଟିଏ ଅଧ୍ୟାୟ ସମାପନର କାରଣ (୭ )
ତଥାପି ସେ ଅନିଶ ଶୋଭନ
ସର୍ବଦା ତା ପାଇଁ ସଭିଙ୍କ ଅଭିବାଦନ (୮ )

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।