Recent Posts

Odia Poetry: *Aloo (Potato)* By Nihar Ranjan Pradhan from Kendrapada

Nov 10, 2015 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
Odia Poetry: *Aloo (Potato)* By Nihar Ranjan Pradhan from Kendrapada
Our one of visitor-cum-fan Nihar Ranjan Pradhan from Purusottampur, Kendrapada uploaded this awesome poetry to publish on OdiaPortal.IN. You can read the Poetry Here on OdiaPortal or Download The Printable Document (.PDF) to your computer/mobile for future use.

You can also send us your own Poetry (Kabita) to publish here for free. Long and valuable poetry will be publish here. Short poetry (Shayari Type) will publish on our Facebook Page. Other abuse type or nasty poetry will be ignored.  

ଆଳୁ, ଗଡଗଡ ହୋଇ ପଡିଥାଉ ଯେବେ ବଜାର ଉପରେ,
କିଏ ନିଏ ତୋତେ ଅଖାରେ ଆଉ ଜରି ବ୍ୟାଗରେ ।
ଧୂଳି ବୋଳା ଦେହ ତୋର କେତେ କଦର୍ଯ୍ୟ ଦିଶଇ,
କାଟିଦେଲେ ଗୋରା ଦେହ ଦେଖି ମୁଁ ଈର୍ଷାରେ ଜଳଇ ।

ଯେତେ କହିଲେବି ତୁ ଲାଗୁ ସେତେ “taste”,
ଜିଭ କହେ “Aloo Is Always Best”
ପାଣି ବିନା ଯେମିତି ଏ ଅଧୁରା ଜୀବନ
ଆଳୁ ବିନା ତରକାରୀ ଲାଗେ ସ୍ଵାଦହୀନ ।

ଲୋକ ମାନଙ୍କ ପାଇଁ ତୁ ସାକ୍ଷାତ ଇଶ୍ଵର
ଚିହ୍ନିଥାଉ ସମସ୍ତଙ୍କ ଅଗଣାଯେ ଘର ।
ମୂଲ୍ୟ ତୋର ବୁଝନ୍ତିନି ତୁ ଥାଉ ଯେବେ ଶସ୍ତା
ଦରଦାମ ବୃଦ୍ଧି ହେଲେ ଲୋକେ ହୁଅନ୍ତି ହୀନସ୍ତା ।

ପଚି ଗଲେ ତୋତେ ବନ୍ଧୁ ଦିଅନ୍ତି ଫୋପାଡି,
କେତେ ପଶୁ, ପକ୍ଷୀ, ଗାଡି ଯାନ୍ତି ଯେ ମାଡି ।
ପରିବା ଭିତରେ ଅଟୁ ତୁହି ସାର
ତୋର ବିନା ମୂଲ୍ୟ ନାହିଁ କିଛି ବେପାରୀର ।

ମିଳି ନାହିଁ ତୋତେ କେବେ ମାନ କି ସନମାନ
ନା କେବେ କରି ଅଛୁ ଏଥି ପାଇଁ ଅଭିମାନ ।
କାହିଁକି ଏ ନୀରବତା କହ ଆଳୁ ଥରେ
ତୋତେ ଦେଖି ଅନ୍ୟ ପରିବା ଈର୍ଷା’ରେ ଯେ ମରେ ।

ଏଇ ରବିବାର ଦିନ ବାପା ଯେବେ ତୋତେ ରଖିଲେ ଦୁଆରେ
ମା’ ତୋତେ ସିଝାଇଲେ ଗରମ ପାଣିରେ ଆଉ ଭାଜିଲେ ତତଲା ତେଲରେ ।
ସହି ପାରେ ନାହିଁ ଦେଖି ତୋର ଏତେ କଷ୍ଟ
ମାନବ ହିତରେ ତୋ ଜୀବନ କରିଦେଲୁ ନଷ୍ଟ ।

ଲେଖା ମାଧ୍ୟମରେ ତୋତେ କରୁଛି ଜୁହାର,
ଏଠି ଭାଇ ହୋଇଯାଏ ପର, ହେଲେ ତୁ ସମସ୍ତଙ୍କ ଆପଣାର ।

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।