ଆହେ ନୀଳଶଇଳ ପ୍ରବଳ ମତ୍ତବାରଣ,
ମୋ ଆରତ ନଳିନବୀନକୁ କର ଦଳନ ।
ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ,
ଚକ୍ରପେଷି ନକ୍ରନାଶି ଉଦ୍ଧାରିଲ ଆପଣ ।
ଘୋରବନେ ମୃଗୁଣୀକି ପଡିଥିଲା କଷଣ,
କେଡେ ବଡ ବିପତ୍ତିରୁ କରିଅଛ ତାରଣ ।
କୁରୁସଭାତଳେ ଶୁଣି ଦ୍ରୌପଦୀର ଜଣାଣ,
କୋଟିବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।
ରାବଣର ଭାଇ ବିଭୀଷଣ ଗଲା ଶରଣ,
ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ ।
ପ୍ରହଲ୍ଲାଦ ପିତା ସେ ଯେ ବଡ ଦୁଷ୍ଟ ଦାରୁଣ,
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ।
କହେ ସାଲବେଗ ହୀନ ଜାତିରେ ମୁଁ ଯବନ,
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ।
No comments:
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।