Recent Posts

21 Effective Tips and Tricks To Increase Your Bike Mileage – Read in Odia

Mar 17, 2017 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
how to increase the mileage of bike, Effective Tips and Tricks To Increase Your Bike Mileage, motorbike fuel economy tricks to boost increase, fuel efficient motorcycles, bajaj, hero moto corp, yamaha, royal enfield, tvs, honda, mahindra, mileage increase tips, tricks, odisha, odia,
If you won a High Budget or High CC commuting or sports bike then now a days you must hit by the sky touching Fuel price. As you know fuel price increasing day by day. In this way, One drop of petrol really matters than money. Today I will tell you some effective Tips and Tricks to increase or boost your Bike's Fuel efficiency or Mileage.  

ଭଲ କମ୍ପାନୀର ତଥା ଅଧିକ CC ଇଞ୍ଜିନର ମଟରସାଇକେଲ କିଣିବା ପାଇଁ ପ୍ରାୟତଃ ଯୁବକ ମାନେ ଆଶା କରିଥାନ୍ତି । ବାଇକ୍ ଟିର ମୂଲ୍ୟ ଯାହା ହେଉନା କାହିଁକି ପ୍ରଥମେ ମୁଣ୍ଡକୁ ଗୋଟିଏ ଚିନ୍ତା ଆସିଥାଏ । ଗାଡି କେତେ ମାଇଲେଜ୍ ଦେଖାଇବ ? ବାଇକ୍ ଟିର ମାଇଲେଜ ବଢିବା ଉପରେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ନୂଆ ଗାଡି ହେଉ ଅବା ପୁରୁଣା, ଅଧିକ ଓ ସଠିକ ମାଇଲେଜ୍ ପାଇଁ ଆପଣଙ୍କୁ ନିମ୍ନ ଲିଖିତ କିଛି ତଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ ।
  • ବାଇକ୍ କିଣି ସାରିବା ପରେ, ସଠିକ ସମୟ ବ୍ୟବଧାନରେ ସର୍ଭିସିଙ୍ଗ କରାଇ ନିଅନ୍ତୁ । ସର୍ଭିସିଙ୍ଗ କେବଳ ଅନୁଭବି ବା Experienced ମେକାନିକଙ୍କ ପାଖରେ କରିବେ ।
  • କାର୍ବୋରେଟର ଟ୍ୟୁନିଙ୍ଗ କଦାପି ନିଜେ ବଦଳାନ୍ତୁ ନାହିଁ । ଯଦି ଭୁଲ ବଶତଃ ବଦଳି ଯାଇଛି ତେବେ ସୋ-ରୂମର ମେକାନିକଙ୍କୁ କହି Adjust କରାଇ ନିଅନ୍ତୁ ।
  • ବାଇକ୍ ଚଳାଇବାର ବେଗ ଘଣ୍ଟା ପ୍ରତି ୩୫ ରୁ ୫୫ କିଲୋମିଟର ମଧ୍ୟରେ ସୀମିତ ରଖନ୍ତୁ । ୩୫ରୁ ତଳକୁ ଓ ୫୫ରୁ ଅଧିକ ବେଗରେ ବାଇକ୍ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୋଇଥାଏ ।
  • ପ୍ରତି ସପ୍ତାହରେ ଥରେ ବାଇକ୍ ର ଉଭୟ ଟାୟାର (ଚକ)ର ପ୍ରେସର ଚେକ୍ କରିନିଅନ୍ତୁ । ପ୍ରେସର କମ ହୋଇଥିଲେ ଘର୍ଷଣ ଅଧିକ ହେତୁ ମାଇଲେଜ କମି ଯାଇଥାଏ । ଅଧିକ ପ୍ରେସର ମଧ୍ୟ ଠିକ ନୁହେଁ ।
  • ବାଇକ୍ ର ଆକ୍ସିଲେରେଟରକୁ ତରବରିଆ ହୋଇ ବଢାନ୍ତୁ କିମ୍ବା କମାନ୍ତୁ ନାହିଁ ।
  • ରାତିରେ କିମ୍ବା ପାର୍କିଂରେ ଅଧିକ ସମୟ ବାଇକ୍ ଠିଆ କରିବା ପାଇଁ ସାଇଡ ଷ୍ଟାଣ୍ଡ ପରିବର୍ତ୍ତେ ମେନ ଷ୍ଟାଣ୍ଡ ବ୍ୟବହାର କରନ୍ତୁ । ଯାହା ଫଳରେ ଇଞ୍ଜିନ ଅଏଲ ସମାନ୍ତରାଳ ଭାବେ ରହିବ ।
  • ଅଧିକ ସମୟ ବ୍ୟବଧାନରେ ବାଇକ୍ ଷ୍ଟାର୍ଟ କଲେ, ପ୍ରଥମେ କିକ୍ ଷ୍ଟାର୍ଟର ସାହାଯ୍ୟ ନିଅନ୍ତୁ ଓ ପ୍ରାୟତଃ ୧-୩ ମିନିଟ ପର୍ଯ୍ୟନ୍ତ ଆକ୍ସିଲେରେଟର ବ୍ୟବହାର ନକରି ଇଞ୍ଜିନ୍ ଗରମ ହେବା ପାଇଁ ଛାଡି ଦିଅନ୍ତୁ । ଏହି ସୋପାନ ଆପଣ ପ୍ରତ୍ୟେକ ଦିନ ଗାଡି ଷ୍ଟାର୍ଟ କରିବା ବେଳେ କରିଲେ ଭଲ । ଏଥି ଦ୍ଵାରା ଗିୟର ବକ୍ସ ମଧ୍ୟରେ ଇଞ୍ଜିନ ଅଏଲ ସଠିକ ଭାବେ ପହଞ୍ଚିବା ସହ ଇଞ୍ଜିନ ପର୍ଯ୍ୟନ୍ତ ପେଟ୍ରୋଲ ସଠିକ ଭାବେ ପହଞ୍ଚି ଥାଏ । ଯାହା ଦ୍ଵାରା ଗାଡି ଅଳ୍ପ ରାସ୍ତା ଚାଲିବା ଭିତରେ ଧକାଏ ନାହିଁ ।
  • ତରବରିଆ ଭଳି କ୍ଲଚ୍ ଚାପନ୍ତୁ ବା ଛାଡନ୍ତୁ ନାହିଁ । ଅଧା କ୍ଲଚ (Half Clutch)ରେ ରଖି ଗାଡି ଚଲାନ୍ତୁ ନାହିଁ ।
  • ଆବଶ୍ୟକ ନପଡିଲେ ସଡ଼ନ୍ ବ୍ରେକ କଦାପି ମାରନ୍ତୁ ନାହିଁ । ଏହା ଦ୍ଵାରା ଇଞ୍ଜିନ ଉପରେ ଅତ୍ୟଧିକ ଚାପ ପଡିବା ସହ ସବୁଠୁ ଅଧିକ ଇନ୍ଧନ ଖର୍ଚ୍ଚ ହୋଇଥାଏ ।
  • ଚେଷ୍ଟା କରନ୍ତୁ ସର୍ବଦା ଶେଷ ଗିୟରରେ ବାଇକ୍ ଚଲାଇବା ପାଇଁ । ଆବଶ୍ୟକ ନପଡିଲେ ବାରମ୍ବାର ଗିୟର ବଦଳାନ୍ତୁ ନାହିଁ । ପ୍ରତ୍ୟେକ ଗିୟର ବଦଳାଇବା ସମୟରେ ଇନ୍ଧନ ଅଧିକ ଖର୍ଚ୍ଚ ହୋଇଥାଏ ଓ ଶେଷ ଗିୟରରେ ଅଳ୍ପ ଇନ୍ଧନ ଖର୍ଚ୍ଚ ହେଉଥିବା ବେଳେ ନିମ୍ନ ଗିୟର (ଫାର୍ଷ୍ଟ/ସେକେଣ୍ଡ/ଥାର୍ଡ ଗିୟର)ରେ ଅଧିକ ଇନ୍ଧନ ଆବଶ୍ୟକତା ହୋଇଥାଏ ।
  • ଡିସ୍କ ବ୍ରେକ ଯଦି ବ୍ୟବହାର କରୁଛନ୍ତି ତେବେ କିଛି ଦିନ ବ୍ୟବଧାନରେ ଡିସ୍କ ବ୍ରେକ ର ଯାଞ୍ଚ କରନ୍ତୁ । ଯଦି ତାହା ଘଷି ହେଉଥାଏ ତେବେ ଆପଣଙ୍କ ମାଇଲେଜ କମିବା ସ୍ଵାଭାବିକ ଅଟେ ।
  • ସର୍ବଦା ସଠିକ ପେଟ୍ରୋଲ ବ୍ୟବହାର କରନ୍ତୁ । ଅର୍ଥାତ ଭଲ ପେଟ୍ରୋଲ ଷ୍ଟେସନରେ ପେଟ୍ରୋଲ ଭରନ୍ତୁ । ଉଚିତ ଗୁଣବତ୍ତାର ପେଟ୍ରୋଲରେ ବାଇକ୍ ଅଧିକ ମାଇଲେଜ ଦେଖାଇ ଥାଏ । କଦାପି ବଜାରରେ ମିଳୁଥିବା ଖୋଲା ପେଟ୍ରୋଲ ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ଵାରା ମାଇଲେଜ କମିବା ସହ ଇଞ୍ଜିନର ଅଭ୍ୟନ୍ତରୀଣ ଧୀରେ ଧୀରେ ନଷ୍ଟ ହୋଇଯାଏ ।
  • ସଠିକ ବ୍ୟବଧାନରେ ଇଞ୍ଜିନ ଅଏଲ ବା ମୋବିଲ ବଦଳାଇ ନିଅନ୍ତୁ । ଏଥି ସହ ଫିଲ୍ଟର ମଧ୍ୟ ସଠିକ ବ୍ୟବଧାନରେ ବଦଳାଇ ପାରିବେ ।
  • ମଧ୍ୟାହ୍ନରେ ପେଟ୍ରୋଲ ଭରିବା ଅପେକ୍ଷା ସକାଳ ସମୟରେ ଓ ସନ୍ଧ୍ୟା/ରାତି ସମୟରେ ପେଟ୍ରୋଲ ଭରିବେ । ମଧ୍ୟାହ୍ନରେ ସୂର୍ଯ୍ୟତାପ ଗରମ ହେତୁ ପେଟ୍ରୋଲ ଓ ଡିଜେଲର ଗୁଣବତ୍ତା କମିଯାଇଥାଏ ।
  • ଟ୍ରାଫିକ ସମୟରେ ବାଇକ୍ ଷ୍ଟାର୍ଟ ବନ୍ଦ କରିବେ । ଯଦି ହଠାତ କୌଣସି ବନ୍ଧୁ କିମ୍ବା ପରିଜନ ବାଟରେ ଦେଖା ହୁଅନ୍ତି ତାଙ୍କ ସହ କଥାବାର୍ତ୍ତା ହେବା ପୂର୍ବରୁ ଗାଡି ଷ୍ଟାର୍ଟ ବନ୍ଦ କରିବେ ।
  • ଘରେ କିମ୍ବା ପାର୍କିଂରେ, ସିଧା ସୂର୍ଯ୍ୟଆଲୋକ ତଳେ ବା ଖୋଲା ସ୍ଥାନରେ ଗାଡି ଥୋଇବା ପରେ ତେଲ ଚାବି ନିଶ୍ଚୟ ବନ୍ଦ କରିବେ । କାରଣ ତେଲ ଚାବି ବନ୍ଦ ନକରିବା ଦ୍ଵାରା ପେଟ୍ରୋଲ କିଛି ମାତ୍ରାରେ ବାଷ୍ପ ଆକାରରେ ଉଡି ଯାଇଥାଏ । ଏକ ହିସାବରୁ ଜଣା ପଡିଛି ଯେ, ଯେତିକି ପରିମାଣରେ ତେଲ ବାଷ୍ପ ଆକାରରେ ଉଡିଯାଏ ସେତିକି ତେଲରେ ୧ ରୁ ୨ କିମି ଗାଡି ଯାଇପାରିବ । ଯଦି ଏହିପରି ଭାବରେ ତେଲ ପ୍ରତ୍ୟେକ ଦିନ କିଛି କିଛି ଉଡି ଯାଏ ତେବେ ଆପଣ ଅତ୍ୟଧିକ ମାଇଲେଜ ହରାଇବେ ।
  • ରିଜର୍ବ ସମୟରେ ଗାଡିକୁ ଦୂର ସ୍ଥାନକୁ ନେଇ ଯାଅନ୍ତୁ ନାହିଁ ।
  • ସର୍ବଦା ଚେନ୍ ର ଯାଞ୍ଚ କରିବେ । ଅତ୍ୟଧିକ ଢିଲା କିମ୍ବା ଅତ୍ୟଧିକ କଷିବେ ନାହିଁ ।
  • ତେଲ ଟାଙ୍କିର ନିୟମିତ ଯାଞ୍ଚ କରିବେ । ଯଦି ତାହା ଲିକ୍ କରୁଥାଏ ତେବେ ତୁରନ୍ତ ମରାମତି କେରିନେବେ ।
  • ଆବଶ୍ୟକତା ଠୁ ଅଧିକ ଓଜନ ଗାଡି ଉପରେ ଦିଅନ୍ତୁ ନାହିଁ ।
  • ମାଇଲେଜ ବଢାଇବା ପାଇଁ ଇଞ୍ଜିନ ମଧ୍ୟରେ ଥିବା କୌଣସି ସେଟିଂ ରେ ଏପଟ ସେପଟ ବା ଅସାଧୁ ଉପାୟ ଅବଲମ୍ବନ କରିବେ ନାହିଁ । ଏହା ଦ୍ଵାରା ମାଇଲେଜ ବଢିବ କିନ୍ତୁ ଗାଡି ଇଞ୍ଜିନ ଅଳ୍ପ ଦିନ ଭିତରେ ମୃତ୍ୟୁ ମୁଖରେ ପଡିବ । ଏଥିରେ ସନ୍ଦେହ ନାହିଁ ।

ଏତଦ ବ୍ୟତୀତ ଗାଁଗହଳିର ଖାଲ ଢିପ ପରି ଖରାପ ରାସ୍ତା, ବେପରୁଆ ଗାଡି ଚାଳଣା ଇତ୍ୟାଦି ମାଇଲେଜ କମାଇବାରେ ଏକ ମୁଖ୍ୟ ଦିଗ ଭାବେ କାର୍ଯ୍ୟ କରିଥାନ୍ତି । ଏବେ ଯେପରି ତୈଳ ମୂଲ୍ୟ ବୃଦ୍ଧି ପାଉଛି ତାହାକୁ ଆଖି ଆଗରେ ରଖି ଆପଣ ଏହି ନିୟମ ଗୁଡିକ ମାନି ଗାଡି ଚଲାଇଲେ ନିଶ୍ଚୟ ଆପଣଙ୍କ ବାଇକ୍ ମାଇଲେଜ ବୃଦ୍ଧି ପାଇବ ।

1 comment:

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।