Recent Posts

Significance of "Basant Panchami & Saraswati Puja" and Facts about Devi Saraswati - Read in Odia

Feb 1, 2017 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
Vasant Panchami, Saraswati Puja and the spiritual significance Sri Panchami, basant panchami essay, pdf download, facts about goddess saraswati in odia language, Significance of *Basant Panchami & Saraswati Puja* and Facts about Devi Saraswati - Read in Odia
"Vasant Panchami" or "Shri Panchami" is one of the Hindu festival celebrated in the MAGHA month of every year. Vasant Panchami falls on 5th day of Magha month and somewhere in February Month. In this day, Scholars and Students worships Devi Saraswati - the Goddess of Wisdom and Knowledge.  On this day, schools and colleges arranges special worships for goddess Saraswati. Children place their books on the altar, at the goddess's feet. No one is allowed to touch the books during this period as they believe that goddess Saraswati is blessing the books. To read more about Saraswati Puja and Basant Panchami, check out following article in Odia.

ପ୍ରତ୍ୟେକ ବର୍ଷ ମାଘ ମାସ ପଞ୍ଚମୀ ତିଥି ଓ ବସନ୍ତ ଋତୁର ଆଗମନ ତଥା ଶରତ ଋତୁର ବିଦାୟ ଅବସରରେ “ବସନ୍ତ ପଞ୍ଚମୀ” ବା “ଶ୍ରୀ ପଞ୍ଚମୀ” ପାଳନ କରାଯାଏ । ସମଗ୍ର ଭାରତ ବର୍ଷ ସହ ଆମ ଓଡ଼ିଶା ପ୍ରଦେଶ ଏହି ପର୍ବକୁ ଅତି ଭକ୍ତି ଓ ଉଲ୍ଲାସରେ ପାଳନ କରିଥାଏ ।

ଏହି ବସନ୍ତ ପଞ୍ଚମୀର ଏକ ଅନ୍ୟ ବିଶେଷତ୍ଵ ଏହା କି, ଏହି ଦିନ ବିଦ୍ୟାଦାୟିନୀ, ବାଗଦେବୀ, ମା’ ବୀଣାପାଣି, ଦେବୀ ସରସ୍ଵତୀଙ୍କ ପୂଜା ଉତ୍ସବ । ଧୂପ, ଦୀପ, ନୈବେଦ୍ୟ ଓ ସୁଗନ୍ଧିତ ପୁଷ୍ପରେ ମା’ ବୀଣାପାଣିଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ମା’ ସରସ୍ଵତୀ ବିଦ୍ୟାର ଦେବୀ (Goddess of Wisdom) ଅଟନ୍ତି । ସଂଗୀତ ସାଧନା କରୁଥିବା ବ୍ୟକ୍ତିବିଶେଷ ମାନଙ୍କ ପାଇଁ ସରସ୍ଵତୀ ପୂଜା ଅତ୍ୟନ୍ତ ମୁଖ୍ୟ ଅଟେ । ଏହି ଦିନ ସଙ୍ଗୀତ ସାଧକ ମାନେ ବାଗଦେବୀଙ୍କ ଉପାସନା କରି ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।

ଏହି ଦିନ ସାରା ଭାରତବର୍ଷର ସମସ୍ତ ବିଦ୍ୟାଳୟ ତଥା ବିଦ୍ୟାନୁଷ୍ଠାନ ମାନଙ୍କରେ ମା’ ଙ୍କ ପୂଜା ଅତି ଭକ୍ତି ସହକାରେ ପାଳନ କରାଯାଏ । ବିଦ୍ୟାର୍ଥୀ ମାନେ ନିଜର ପୁସ୍ତକ, ଲେଖନୀ ଇତ୍ୟାଦି ମା’ଙ୍କ ମୂର୍ତ୍ତି ନିକଟରେ ବସାଇଥାନ୍ତି ଓ ମା’ ଙ୍କ ବନ୍ଦନା “ଯା କୁନ୍ଦେନ୍ଦୁ... ଗାନ କରିଥାନ୍ତି ଓ ମା’ ଙ୍କ ଆଶୀର୍ବାଦ କାମନା କରିଥାନ୍ତି । ଏହି ଦିନ ପାଠ ପଢିବା ଓ ଲେଖିବା ନିଷେଧ ଅଟେ ।


କୁହାଯାଏ, କୁନି କୁନି ଶିଶୁ ମାନେ ଏହି ବସନ୍ତ ପଞ୍ଚମୀ ଦିନ ବିଦ୍ୟାରମ୍ଭ କଲେ ଅତ୍ୟନ୍ତ ଶୁଭଫଳ ଦେଇଥାଏ । ଏହି ଦିନ ବିଦ୍ୟାରମ୍ଭ କଲେ ଆଜୀବନ ବିଦ୍ୟାର୍ଥୀ ଉପରେ ଦେବୀ ସରସ୍ଵତୀଙ୍କ ଆଶୀର୍ବାଦ ରହିବା ସହ ମା’ ଙ୍କ ଆଶୀର୍ବାଦରେ ବିଦ୍ୟାର୍ଥୀଟି ବୁଦ୍ଧିମାନ ଓ କଳାତ୍ମକ କାର୍ଯ୍ୟରେ ବହୁଳ ଉନ୍ନତି କରିଥାଏ ।

ବୀଣାପାଣି ମା’ ସରସ୍ଵତୀଙ୍କର କେତେକ ବିଶେଷତା:


୧. ମା’ ସରସ୍ଵତୀଙ୍କର କୃପାରେ ସମସ୍ତ ପ୍ରାଣୀ ବିଦ୍ୟା ଓ ବୁଦ୍ଧିର ଅଧିକାରୀ ହୋଇଥାନ୍ତି । ସଙ୍ଗୀତକାର ଦେବୀଙ୍କ ଅପାର କୃପାରେ ଅନର୍ଗଳ ସଙ୍ଗୀତ ଗାନ କରିଯାଏ ।
୨. ସରସ୍ଵତୀ ଦେବୀ, ବ୍ରହ୍ମସ୍ଵରୁପା ଅଟନ୍ତି । କାମଧେନୁ ଓ ସମସ୍ତ ଦେବତା ମାନଙ୍କ ସେ ପ୍ରତିନିଧିତ୍ଵ କରିଥାନ୍ତି ।
୩. ପୁରାଣ ଅନୁସାରେ, ଦେବୀ ସରସ୍ଵତୀ ବ୍ରହ୍ମାଙ୍କ ପତ୍ନୀ ବା ସ୍ତ୍ରୀ ଅଟନ୍ତି । କେତେକ ମାନ୍ୟତା ଅନୁସାରେ ସରସ୍ଵତୀ ଦେବୀ ଦୂର୍ଗାଙ୍କ କନ୍ୟା ଅଟନ୍ତି ଓ ଦେବୀ ଲକ୍ଷ୍ମୀ ଓ ଗଣେଶ, କାର୍ତ୍ତିକଙ୍କ ଭଉଣୀ ଅଟନ୍ତି ।
୪. ସରସ୍ଵତୀ ଙ୍କ ବାହନ ଭାବେ ଉଭୟ ହଂସ ଓ ମୟୂର ପରିଚିତ । ତେଣୁ ସରସ୍ଵତୀଙ୍କୁ ହଂସବାହିନୀ କୁହାଯାଏ । ଅପରପକ୍ଷେ, ମୟୂର ସୁମଧୁର ବାଣୀର ପ୍ରତୀକ ଅଟେ ।
୫. ସରସ୍ଵତୀଙ୍କ ଏକ ସୂକ୍ଷ୍ମ ଓ ଅଦୃଶ୍ୟ ରୂପ ମାନବଙ୍କ ଜିଭରେ ଥାନ୍ତି । ଯେଉଁ ସମୟରେ ଜିଭରେ ସରସ୍ଵତୀ ବିରାଜିଥାନ୍ତି, ସେହି ସମୟରେ ବ୍ୟକ୍ତି ଯାହା କହିଥାଏ, ତାହା ସତ୍ୟ ହୋଇଥାଏ ।

CLICK HERE TO DOWNLOAD SARASWATI 108 NAMES STOTRAM ODIA (PDF)

୬. ସରସ୍ଵତୀ, ଶୁଭ୍ର ବର୍ଣ୍ଣ କମଳ ବା ପଦ୍ମ ଉପରେ ବିରାଜମାନ ଥାନ୍ତି । ଯାହା ସଂପୂର୍ଣ୍ଣ ସତ୍ୟତାର ପ୍ରତୀକ ଅଟେ ।
୭. ତାଙ୍କ ଚତୁର୍ଭୁଜ (ଚାରି ହାତ) ମନୁଷ୍ୟଙ୍କ ଚାରି ଗୋଟି ପ୍ରକୃତିର ପ୍ରତୀକ ଅଟେ । ଏଥି ସହିତ ଏହି ଚାରି ଗୋଟି ହାତ, ଚାରି ବେଦର ପ୍ରତୀକ ଅଟେ ।
୮. ବେଦର ତିନି ଗୋଟି ବିଭାଗ ଯଥା: ଗଦ୍ୟ, ପଦ୍ୟ ଓ ସଙ୍ଗୀତକୁ ସରସ୍ଵତୀ ନିଜ ଚତୁର୍ଭୁଜ ଓ ଗଳାରେ ଧାରଣ କରିଥାନ୍ତି । ଏକ ହସ୍ତରେ ଥିବା ପୁସ୍ତକ ବେଦର ଗଦ୍ୟ, ଗଳା ବା ବେକରେ ଥିବା ସ୍ପଟିକ ହାର - ପଦ୍ୟକୁ, ବୀଣା – ସଙ୍ଗୀତ ଓ ଅନ୍ୟ ହସ୍ତରେ ଧାରଣ କରିଥିବା ମାଳା ଧ୍ୟାନ ଓ ଅଧ୍ୟାତ୍ମିକତା ଏବଂ ଜଳପାତ୍ର ଉପରୋକ୍ତ ସମସ୍ତର ଶୁଦ୍ଧତାର ପ୍ରତୀକ ଅଟେ ।
୯. କୌଣସି ପାଠ୍ୟ ପୁସ୍ତକରେ ଯଦି ଭୁଲ ବଶତଃ ଗୋଡ କିମ୍ବା ପାଦ ପଡିଯାଏ ତେବେ ସାଙ୍ଗେ ସାଙ୍ଗେ ତାହାକୁ ହାତର ଅଙ୍ଗୁଳି ରେ ସ୍ପର୍ଶ କରି ମୁଣ୍ଡରେ ମାରି କ୍ଷମା ମଗାଯାଏ । କାରଣ ଉକ୍ତ ପାଠ୍ୟ ପୁସ୍ତକରେ ମା’ ସରସ୍ଵତୀଙ୍କ ବାସ ଥାଏ ।
୧୦. ତ୍ରିଶକ୍ତି (ଦେବୀ) ମାନଙ୍କୁ ମଧ୍ୟରୁ ସରସ୍ଵତୀ ଅନ୍ୟତମ । ତ୍ରିଶକ୍ତି: ମହାଲକ୍ଷ୍ମୀ, ମହାସରସ୍ଵତୀ ଓ ମହାକାଳୀ ।

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।