Recent Posts

Odia Bhajan/Poetry: "Sharala nka Sata Nama" By "Andha Kabi" Dhirendranath Barik (From Salipur, Cuttack)

Apr 7, 2017 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
"Saralanka Sata Nama" is an Odia Spiritual Poetry about Goddess Sarala written By "Andha Kabi" Dhirendranath Barik - a born blind beggar From Salipur, Cuttack. To read all verses of this Spiritual Poetry or Bhajan, please download attached PDF below. Born on 07th September 1934 in Gopi Chak, Medinipur, West Bengal as Dhirendranath Barik is one of devotee of Lord Jagannath.
"Saralanka Sata Nama" is an Odia Spiritual Poetry about Goddess Sarala written By "Andha Kabi" Dhirendranath Barik - a born blind poet From Salipur, Cuttack.

Over 500 Spiritual Bhajans about Lord Jagannath, Goddess Sarala penned by this old beggar of Salipur. Born on 07th September 1934 in Gopi Chak, Medinipur, West Bengal as Dhirendranath Barik is one of devotee of Lord Jagannath.

To read all verses of this Spiritual Poetry or Bhajan, please download attached PDF below.

YOU MAY LIKE OTHER ARTICLES FROM ODIAPORTAL.IN:
ଅଧୁନା ପଶ୍ଚିମବଙ୍ଗ ରାଜ୍ୟ ଅନ୍ତର୍ଭୁକ୍ତ ଗୋପିଚକ, ମେଦିନୀପୁର ଠାରେ ପିତା ଦ୍ଵାରିକାନାଥ ବାରିକ ଓ ମାତା ନୀରଦାମଣି ବାରିକଙ୍କ କୋଳରେ ସେପ୍ଟେମ୍ବର ମାସ ୦୭ ତାରିଖ, ୧୯୩୪ ମସିହାରେ “ଅନ୍ଧକବି” ଧୀରେନ୍ଦ୍ରନାଥ ବାରିକ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ କଟକ ଜିଲ୍ଲାର ସାଲେପୁର ଅଞ୍ଚଳରେ ପେଟ ପରିପୋଷଣ ନିମନ୍ତେ ଅନେକ ବର୍ଷ ଧରି ଭିକ୍ଷାବୃତ୍ତି ଅବଲମ୍ବନ କରିଥିଲେ । ଜନ୍ମରୁ ଅନ୍ଧ ହୋଇ ମଧ୍ୟ ସେ ଶ୍ରୀ ଜଗନ୍ନାଥ, ମା’ ସାରଳା ତଥା ଅନେକ ଦେବାଦେବୀଙ୍କ ଭଜନାବଳୀ ରଚନା କରିଛନ୍ତି । "୫୦୦୦" (ପାଞ୍ଚ ହଜାର) ରୁ ଅଧିକ କ୍ଷୁଦ୍ର ତଥା ବୃହତ କବିତା/ଭଜନ ରଚନା କରିଥିବା ଅନ୍ଧକବି ଏପର୍ଯ୍ୟନ୍ତ ଅନେକଙ୍କ ପାଖରେ ଅଚିହ୍ନା । ହାତଗଣତି କିଛି ସହୃଦୟ ବ୍ୟକ୍ତି କବିଙ୍କ ରଚନା ଗୁଡିକୁ ପୁସ୍ତକ ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସରତ ।

ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ମହାପାତ୍ରଙ୍କ ସୌଜନ୍ୟରେ ଓଡ଼ିଆପୋର୍ଟାଲ.ଇନ୍ ଉକ୍ତ ଲୁକ୍କାୟିତ ପ୍ରତିଭା ତଥା ତାଙ୍କ ରଚିତ ଏହି କବିତାଟିକୁ ଇଣ୍ଟରନେଟ / ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଥମେ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛି ।

ସାରଳାଙ୍କ ଶତନାମ

ଉତ୍କଳର ଆଦିମାତା ବ୍ରହ୍ମଶକ୍ତିରୁ ସମ୍ଭୁତା
ବ୍ରହ୍ମାଣ୍ଡରେ ବ୍ରହ୍ମମୟୀ ମିସିଛ ବ୍ରହ୍ମେ ।
ବିଶ୍ୱ ଜନନୀ ସ୍ୱରୂପା ଚିତ୍ତରେ ଚିନ୍ମୟୀ ରୂପା
ଝଙ୍କଡ଼ରେ ଠାକୁରାଣୀ ସାରଳା ତୁମେ ।
କରଯୋଡ଼ି କରେ ପ୍ରଣାମ, ଜଗତରେ ଅସୁମାରି ତୁମରି ନାମ । ...(୦)

ଭୈରବୀ ଭବାନୀ ଭୀମା କାତ୍ୟାୟନୀ ଶ୍ୟାମା ଉମା
ଚାମଣ୍ଡା ଚିର୍ଗୁଣୀ ଚଣ୍ଡୀ ସିଂହ ବାହିନୀ ।
କାଦମ୍ବିନୀ କଳାଧାରା କାଳିକା ତାରିଣୀ ତାରା
ନଗେନ୍ଦ୍ର ନନ୍ଦିନୀ ହର ମନ ମୋହିନୀ ।
କରଯୋଡ଼ି କରେ ପ୍ରଣାମ, ଜଗତରେ ଅସୁମାରି ତୁମରି ନାମ । ...(୧)

x x x x x x x x x x

ଜାଗୁଳାଇ ବାସୁଳାଇ ଗ୍ରାମ ଗ୍ରାମାନ୍ତରେ ଥାଇ
ଗ୍ରାମଦେବୀ ରୂପେ ନିତି ପୂଜା ପାଉଛ ।
ଗୁପ୍ତେ କବି କଣ୍ଠେ ରହି ଛନ୍ଦରୂପା ଛନ୍ଦମୟୀ
ମହାଶୂନ୍ୟ ବାଣୀପରି ଛନ୍ଦ ଭେଉଛ ।
କରଯୋଡ଼ି କରେ ପ୍ରଣାମ, ଜଗତରେ ଅସୁମାରି ତୁମରି ନାମ । ...(୬)

x x x x x x x x x x

ତୁମ୍ଭେ ସ୍ନେହମୟୀ ମାତା ଦାରା ପୁତ୍ର ବଧୂ ସୂତା
ଗୃହେ ରହି କର ମାୟା ବ୍ୟୁହ ରଚନା ।
କେବେ ସାଜି ଉନ୍ମାଦିନୀ ଗପୁଛ ପ୍ରଳାପ ବାଣୀ
ନାରୀ ମର୍ଯ୍ୟାଦାର କିଛି ନରଖି ସୀମା ।
କରଯୋଡ଼ି କରେ ପ୍ରଣାମ, ଜଗତରେ ଅସୁମାରି ତୁମରି ନାମ । ...(୧୯)

ତବ ଧାମ ହୃଦେ ଧରି ଧନ୍ୟସେ ଝଙ୍କଡ଼ ପୁରୀ
କୋଟି କୋଟି ପାପୀ ତପୀ ଯାଆନ୍ତି ତରି ।
ଏ ଦାସର କ୍ଷମି ଦୋଷ ବାରେ ଦେଇ ଦିବ୍ୟରସ
ଅନ୍ଧ ଭଣ୍ଡାରୀକୁ ମା’ ଲୋ କରତୁ ପାରି ।
କରଯୋଡ଼ି କରେ ପ୍ରଣାମ, ଜଗତରେ ଅସୁମାରି ତୁମରି ନାମ । ...(୨୦)


DOWNLOAD THE PDF TO READ COMPLETE VERSE OF THIS BHAJAN/POETRY

Download PDF (Full)

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।