Mythology: Who Goes To Heaven And Who Goes To Hell? Explained In Odia Text (eBook Available)

OdiaPortal Lab
Uploaded by:
0
Who Goes To Heaven And Who Goes To Hell? Explained In Odia Text

ଜନ୍ମ ଯଦି ହୁଏ ତେବେ ମୃତ୍ୟୁ ବି ନିଶ୍ଚିତ । ସେହିପରି ମନୁଷ୍ୟ ଏ ଜନ୍ମର ପ୍ରତ୍ୟେକ କର୍ମ ତାହାର ମୃତ୍ୟୁ ପରେ ଆଗାମୀ ଜନ୍ମ ପାଇଁ ବହୁଳ ଖୋରାକ ଯୋଗାଇ ଥାଏ । ଯେପରିକି ଆମ୍ଭେ ସମସ୍ତେ ଜାଣିଛୁ କି, ଭଲ କାର୍ଯ୍ୟ କଲେ ଭଲ ଫଳ ବା ପୁରସ୍କାର ମିଳେ ଓ ଖରାପ କାର୍ଯ୍ୟ କଲେ ତିରସ୍କାର ମିଳେ । ପିଲାଟି ପରୀକ୍ଷାରେ ଭଲ ନମ୍ବର ରଖିଲେ ତାକୁ ବିଭିନ୍ନ ସମ୍ମାନର ସହ ମାନପତ୍ର ତଥା ଆର୍ଥିକ ପୁରସ୍କାର ଦିଆଯାଇଥାଏ, ଅପରପକ୍ଷେ ଯିଏ ପରୀକ୍ଷାରେ ଫେଲ କିମ୍ବା ଅକୃତକାର୍ଯ୍ୟ ହୁଏ ତାହାକୁ ଅପବାଦ ସହିବାକୁ ହୁଏ ।

 ହିନ୍ଦୁ ଧର୍ମର ପରମ ପିତା ଶ୍ରୀ ବିଷ୍ଣୁ ତାଙ୍କ ବାହନ “ଗରୁଡ” କୁ ସଂସାରରେ ମନୁଷ୍ୟ କରୁଥିବା ନାନାଦି ସୁକର୍ମ ଓ କୁକର୍ମ ବିଷୟରେ ଜଣାଇ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ମାନେ ଭଲ କର୍ମ କରିଥାନ୍ତି, ତାଙ୍କୁ ମୃତ୍ୟୁ ପରେ ସ୍ଵର୍ଗ (Heaven) ପ୍ରାପ୍ତି ହୋଇଥାଏ ଓ ଅନ୍ୟପକ୍ଷେ ଯେଉଁମାନେ ନାନାଦି କୁକର୍ମରେ ଲିପ୍ତ ରହି ନିଜ ଜୀବନ ଅତିବାହିତ କରିଛନ୍ତି ସେମାନଙ୍କୁ ତାଙ୍କ କର୍ମ ଅନୁଯାୟୀ ଉଚିତ ଦଣ୍ଡ ଦିଆଯାଇ ତାଙ୍କ ଆତ୍ମାକୁ ବିଶୁଦ୍ଧ କରାଯାଇଥାଏ । ଏହି ଦଣ୍ଡ ପାଇବା ପାଇଁ ମୃତ୍ୟୁ ପରେ ଆତ୍ମାକୁ ସ୍ଵର୍ଗ ପରିବର୍ତ୍ତେ “ନର୍କ (Hell)” କୁ ଯିବାକୁ ହୁଏ ।

ବୈଷ୍ଣବ ଗ୍ରନ୍ଥ “ଗରୁଡ ପୁରାଣ” ରୁ ମନୁଷ୍ୟର କାର୍ଯ୍ୟ ଓ କାର୍ଯ୍ୟ ପାଇଁ ମୃତ୍ୟୁ ପରେ ମିଳୁଥିବା ଫଳ ବିଷୟରେ ପ୍ରତ୍ୟେକ ତଥ୍ୟ ମିଳେ । ଏହି ପୁରାଣରେ ଭଗବାନ ଶ୍ରୀ ବିଷ୍ଣୁ ତାଙ୍କ ବାହନ ଗରୁଡଙ୍କୁ କହିଥିବା ସଂବାଦକୁ ଉପସ୍ଥାପିତ କରାଯାଇଅଛି ।

ଗରୁଡ ପୁରାଣରୁ ଜଣାପଡିଥାଏ କି,
୧. ଯେଉଁ ବ୍ୟକ୍ତି ଶତ୍ରୁ ମାନଙ୍କର ଦୋଷକୁ ଆଦେଖା କରିବା ସହ ତାଙ୍କ ଗୁଣକୁ ସକାରାତ୍ମକ ଭାବେ ଗ୍ରହଣ କରି ତାଙ୍କ ପ୍ରଶଂସା କରିଥାଏ ସେହି ବ୍ୟକ୍ତି ସ୍ଵର୍ଗଯାତ୍ରା ପାଇଁ ଯୋଗ୍ୟ ଅଟେ ।
୨. ଯେଉଁ ମାନେ ପର ସମ୍ପତି ଉପରେ ନଜର ପକାନ୍ତି ନାହିଁ ତଥା ପରିଶ୍ରମ ଓ ଧର୍ମ ପୂର୍ବକ କରିଥିବା ରୋଜଗାର ଦ୍ଵାରା ଗୁଜୁରାଣ ମେଣ୍ଟାଇ ଥାଏ ସେହି ମାନେ ହିଁ ସ୍ଵର୍ଗପ୍ରାପ୍ତି ପାଇଁ ଯୋଗ୍ୟ ଅଟନ୍ତି ।
୩. ଯେଉଁମାନେ ମନୁଷ୍ୟ ଜନ୍ମ ପାଇ, ଉକ୍ତ ଜୀବନରେ କୂଅ, ପୋଖରୀ, ଜଳାଶୟ, ଦେବ ମନ୍ଦିର, ଆଶ୍ରମ* ଇତ୍ୟାଦି ନିର୍ମାଣ କରିଥାନ୍ତି ସେମାନେ ମୃତ୍ୟୁ ପରେ ସ୍ଵର୍ଗକୁ ଯାଇଥାନ୍ତି ।
୪. ଯେଉଁମାନେ ନିଜ ମନ ଓ ଇନ୍ଦ୍ରିୟ ମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିଥାନ୍ତି ଓ ଶୋକ, ଭୟ, କ୍ରୋଧ ଇତ୍ୟାଦିକୁ ନିଜଠୁ ଦୂରେଇ ରଖନ୍ତି ସେମାନଙ୍କର ସ୍ଵର୍ଗପ୍ରାପ୍ତି ହୋଇଥାଏ ।
୫. ନିରୋଳା ତଥା ଏକାନ୍ତ ସ୍ଥାନରେ ଏକଲା ନାରୀକୁ ଯେଉଁ ବ୍ୟକ୍ତି ଦେଖି ନିଜ ମନରେ କୌଣସି ପ୍ରକାର ଲୋଭ, କାମନା, ବାସନା ଆଣିନଥାଏ ଓ ଉକ୍ତ ନାରୀକୁ ନିଜ ମା’, ଭଗିନୀ ତଥା କନ୍ୟା ଭଳି ଭାବି ଉଚିତ ଆଚରଣ କରିଥାଏ ସେ ହିଁ ସ୍ଵର୍ଗପ୍ରାପ୍ତି ପାଇଁ ଯୋଗ୍ୟ ଅଟେ ।

ଉପରୋକ୍ତ ୫ ଗୋଟି ବାକ୍ୟ ଛଡା ଅନେକ କଥା ଗରୁଡ ପୁରାଣରୁ ମିଳିଥାଏ । ଆପଣ ଓଡିଆପୋର୍ଟଲ.ଇନ କୁ ପ୍ରତ୍ୟେକ ଦିନ ଭିଜିଟ କରନ୍ତୁ, ଆମେ ଧୀରେ ଧୀରେ ସେ ବିଷୟରେ ଆଲୋଚନା କରିବା ।

ଭଲ କାମ ପାଇଁ ପୁରସ୍କାର ଓ ଖରାପ କାର୍ଯ୍ୟ ପାଇଁ ତିରସ୍କାର । ଉପରୋକ୍ତ କାର୍ଯ୍ୟ ପାଇଁ ବ୍ୟକ୍ତିଟି ସ୍ଵର୍ଗ ସୁଖ ପାଇଥାଏ କିନ୍ତୁ କ’ଣ କଲେ ନର୍କ ଯନ୍ତ୍ରଣା ମିଳି ଥାଏ ? ଏ ବିଷୟରେ ମଧ୍ୟ ଶ୍ରୀହରି ଗରୁଡଙ୍କୁ କହିଲେ:

୧. ହିନ୍ଦୁ ଧର୍ମର ହୋଇ ଯିଏ ଭଗବାନ ଶିବ ଓ ବିଷ୍ଣୁକୁ ପୂଜା କରେ ନାହିଁ ,
୨. ପର ଲୋକଙ୍କ ଗୁଣକୁ ନକାରାତ୍ମକ ଭାବେ ଦେଖି ଦୋଷ ବାହାର କରୁଥିବା ବ୍ୟକ୍ତି ତଥା ଈର୍ଷାର ବଶବର୍ତ୍ତୀ ହୋଇଥିବା ବ୍ୟକ୍ତି/ନାରୀ ମାନେ,
୩. ଯିଏ ଦେବତା ତଥା ପିତୃଗଣଙ୍କ ପୂଜା କରେ ନାହିଁ, ନିଜ ସନ୍ତାନ, ଭାର୍ଯ୍ୟା, ଅତିଥି ଇତ୍ୟାଦିଙ୍କୁ ଭୋଜନ ନଦେଇ ନିଜେ ଖାଇଯାଏ,
୪. ଯିଏ ଅନାଥ, ଗରିବ, ରୋଗୀ, ବୃଦ୍ଧ/ବୃଦ୍ଧାଙ୍କୁ ସାହାଯ୍ୟ କରିନାହିଁ, ଯିଏ ଯୋଗୀ, ଭିକାରୀ ମାନଙ୍କୁ ଅପମାନ ଦେଇ ନିଜ ଘର ଦ୍ଵାରରୁ ବାହାର କରି ଦେଇଛି ବା ଚାଲିଯିବାକୁ କହିଛି,
୫. ଯିଏ ଆତ୍ମହତ୍ୟା କରେ, ସ୍ତ୍ରୀ ହତ୍ୟା କରେ, ଗର୍ଭରେ ଥିବା ଶିଶୁ ହତ୍ୟା କରେ, କନ୍ୟାକୁ ବିକ୍ରୟ କରେ, ବ୍ରାହ୍ମଣର ଜୀବିକା ନଷ୍ଟ କରେ, ବ୍ରାହ୍ମଣ ହୋଇ ମଦ୍ୟ/ମାଂସ ସେବନ କରେ, ନିଜ ଲାଭ, ସ୍ଵାର୍ଥ ପାଇଁ ମିଛ କହୁଥିବା ବ୍ୟକ୍ତି ମାନେ ନର୍କରେ ପଡିଥାନ୍ତି ଓ ନର୍କରେ ଥିବା ସହ ସହସ୍ର ନର୍କଯନ୍ତ୍ରଣା ଭୋଗ କରନ୍ତି ।

ପରବର୍ତ୍ତୀ ପୋଷ୍ଟରେ ଆମେ ଆଲୋଚନା କରିବା ମୃତ୍ୟୁ ସମୟରେ ଜଣେ ମନୁଷ୍ୟ କ’ଣ ଅନୁଭବ କରେ ଓ ଆଖି ଆଗରେ କେଉଁମାନଙ୍କୁ ଦେଖି ଡରି ଯାଇଥାଏ ।

*ଆଧୁନିକ ଠକ, ଭଣ୍ଡ ବାବା ତଥା ମନ୍ତ୍ରୀଯନ୍ତ୍ରୀଙ୍କ କଥା କୁହାଯାଉନାହିଁ ।

ଧନ୍ୟବାଦ ।
- ଭବାନୀ ପ୍ରସାଦ ପଣ୍ଡା (ଓନର, ଓଡିଆପୋର୍ଟଲ)

ଏହି ପୋଷ୍ଟ ବିଷୟରେ ଯଦି କିଛି ମତାମତ ଦେବାକୁ ଚହୁଁଛନ୍ତି ତେବେ ନିମ୍ନରେ ଥିବା ଫେସବୁକ କମେଣ୍ଟ ବକ୍ସରେ ଦେଇ ପାରନ୍ତି ନଚେତ ମୋତେ ମେଲ କରିପାରନ୍ତି । - OdiaPortal.IN@Gmail.Com

Who Goes To Heaven And Who Goes To Hell? Explained In Odia Text garud puran special garuda purana odia odisha oriya

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!