Yoga: "Padmasan (Lotus Pose)" - How To Do, Tips & Benefits - Read in Odia (With Video)

OdiaPortal Lab
Uploaded by:
0
Padmasan (Lotus Pose) - read how to do, benefits and tips of Padmasan (Lotus Pose) - read in Odia or oriya language. download in PDF. with video. Patanjali yoga in Odia.
Padmasana or Lotus Pose is an important meditative asana that can destroy all diseases. This Asana relaxes the mind and calms the brain. Energy levels are restored with the practice of this Asana. Know more about this Asana below:

"ପଦ୍ମାସନ"

କିପରି କରିବେ ?
- ଦୁଇ ଗୋଡ଼ ସାମ୍ନାକୁ ଲମ୍ବାଇ ବସନ୍ତୁ ।
- ଆଣ୍ଡୁଠାରୁ ଡାହାଣ ଗୋଡ଼କୁ ଭାଙ୍ଗି କିଛି ସେକେଣ୍ଡ ଆରାମରେ ବସିବା ପରେ ଡାହାଣ ହାତରେ ଡାହାଣ ପାଦକୁ ଗଣ୍ଠି ପାଖରେ ଧରନ୍ତୁ ।
- ବାମ ପାଦରେ ପାଦର ଅଗ୍ରଭାଗକୁ ଧରନ୍ତୁ ।
- ଏହାପରେ ପାଦକୁ ଦୁଇ ହାତରେ ଧରି ବାମ ଗୋଡ଼ର ଜଙ୍ଘ ଉପରେ ନେଇ ରଖନ୍ତୁ ।

ଦେଖନ୍ତୁ ଭିଡିଓ


ଏବେ ସେହିପରି ପ୍ରକ୍ରିୟାରେ ବାମ ଗୋଡ଼ର ପାଦକୁ ନେଇ ଡାହାଣ ଗୋଡ଼ର ଜଙ୍ଘ ଉପରେ ରଖନ୍ତୁ । ଆପଣ ଚକାମାଡ଼ି ବସିଥିବେ ଏବଂ ଦୁଇପାଦ । ଜଙ୍ଘ ଉପରେ ବାହାରକୁ ଦେଖାଯିବା ଦରକାର । ଅବଶ୍ୟ ଯେତିକି ସମ୍ଭବ ସେତିକି କରନ୍ତୁ । ଦୁଇଗୋଡ଼ର ଗୋଇଠିକୁ ସମ୍ଭବ ହେଲେ ଯୌନାଙ୍ଗର ଦୁଇ କଡ଼ରେ ଚାପି ରଖନ୍ତୁ । କିନ୍ତୁ ବେଶି ଚାପ ଦିଅନ୍ତୁ ନାହିଁ । ଦୁଇ ହାତକୁ ସିଧା ଓ ଢିଲା କରି ଦୁଇ ଆଣ୍ଡୁ ଉପରେ ରଖନ୍ତୁ ।

ପ୍ରଥମ ଅବସ୍ଥାରେ ଏହି ଆସନ କଷ୍ଟକର ହୋଇପାରେ । କିନ୍ତୁ ଜବରଦସ୍ତ କିମ୍ବା ତରବର ହୋଇ କରନ୍ତୁ ନାହିଁ । ଯେତିକି ସମ୍ଭବ ଗୋଡ଼କୁ ବଙ୍କାନ୍ତୁ ଓ ପାଦକୁ ସେତିକି ଉପରକୁ ରଖନ୍ତୁ ପ୍ରଥମେ ପ୍ରଥମେ ଦେଢ଼ ମିନିଟ୍ ଲେଖାଏଁ ଏହି ଆସନରେ ବସନ୍ତୁ । କିଛିଦିନ ପରେ ଅଭ୍ୟାସ ହୋଇଗଲେ ଅନେକ ସମୟ ପର୍ଯ୍ୟନ୍ତ ଏହି ଆସନରେ ବସି ଧାନ କରିବା କଷ୍ଟକର ହେବ ନାହିଁ ।

କେତେକ ନିୟମ:
- ପିଠି ଓ ଅଣ୍ଟାକୁ ସିଧାକରି ଗୋଟିଏ ସରଳ ରେଖାରେ ରଖିବେ ।
- ଆଖି ଖୋଲା ରଖିପାରିବେ, ବନ୍ଦ କରିପାରିବେ କିମ୍ବା ନାକର ଅଗ୍ର ଭାଗକୁ ଦୁଇ ଆଖିରେ ଚାହିଁ ଏକାଗ୍ରତା ବଢ଼ାଇ ପାରିବେ ।

ଏହାର ଉପକାରିତା:
- ଏହା ଦ୍ଵାରା ମନ ପ୍ରଫୁଲ୍ଲ ରହିବା ସହ ମସ୍ତିଷ୍କ ଦୃତ ତଥା ଅଧିକ କାର୍ଯ୍ୟକ୍ଷମ ହୋଇଥାଏ ।
- ସ୍ତ୍ରୀ ମାନଙ୍କର ମାସିକ ଋତୁସ୍ରାବରେ ଥିବା ଗଣ୍ଡଗୋଳ ହ୍ରାସ ପାଇଥାଏ ।
- ଆଣ୍ଠୁ/ଗଣ୍ଠି, ମେରୁଦଣ୍ଡ ଇତ୍ୟାଦି ଅଧିକ କାର୍ଯ୍ୟକ୍ଷମ ହେବା ସହ ଜାଗ୍ରତ ହୋଇଥାନ୍ତି ।
- ପ୍ରତ୍ୟେହ ଏହି ଆସନ କରିବା ଦ୍ଵାରା ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ ବେଶି କଷ୍ଟ ହୋଇ ନଥାଏ ।

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!