Recent Posts

Sunstroke (ଅଂଶୁଘାତ) — Causes, Symptoms and Home Treatments (Read in Odia/PDF)

Apr 6, 2017 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
Sunstroke or Heatstroke - Causes, Symptoms & Home Treatments (Read in Odia/PDF), treatment of loo, sunstroke, ansughata, odisha high temperature, odia, odia health tips,
Now a days heat by Sun and heat wave increasing rapidly. Sunstroke or Heatstroke needs immediate treatment or remedy. Many people face Sunstroke and feels sick during the heavy heat wave (Loo). You should know its causes, symptoms and quick treatment/ Home Remedies to prevent Sunstroke or Heat Stroke. Check out details below, you can download the PDF too. 

ଚୈତ୍ରରୁ ଅଷାଢ ପର୍ଯ୍ୟନ୍ତ ଅନୁଭୂତ ଋତୁକୁ ଗ୍ରୀଷ୍ମ ଋତୁ କୁହାଯାଏ । ଗ୍ରୀଷ୍ମଋତୁରେ ପ୍ରବଳ ଖରା ଓ ଗରମ ପବନ ବା "ଲୁ" ପ୍ରବାହିତ ହୋଇଥାଏ । ଗ୍ରାମ୍ୟ ଜୀବନଠୁ ସହରରେ ଏହି ଗ୍ରୀଷ୍ମ ପ୍ରବାହ ଅଧିକରୁ ଅଧିକ ଅନୁଭୂତ ହୋଇଥାଏ । ସହରରେ ପ୍ରାୟତଃ ସମସ୍ତେ ନିଜ ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିଥାନ୍ତି । ପରିବାର ପୋଷଣ ନିମନ୍ତେ ଖରା ହଉ ଅବା ବର୍ଷା ସମସ୍ତଙ୍କୁ ଦୌଡିବାକୁ ପଡେ । ଏହା ଭିତରେ ସମସ୍ତେ ନିଜ ସ୍ବାସ୍ଥ୍ୟର ଧ୍ୟାନ ନେବାକୁ ଭୁଲିଯାନ୍ତି । ଗ୍ରୀଷ୍ମଋତୁରେ ପ୍ରବଳ ଖରା ଓ ଗରମ ପବନ ପାଇଁ "ଅଂଶୁଘାତ" ବା Sunstroke/Heatstroke ହେବାର ସମ୍ଭାବନା ବହୁଳ ଥାଏ । ଅଂଶୁଘାତ ହେବାର ମୁଖ୍ୟ କାରଣ, ଲକ୍ଷଣ, ତୁରନ୍ତ ପ୍ରତିକାର, ଘରୋଇ ପ୍ରତିକାର ଇତ୍ୟାଦି ବିଷୟରେ ସମସ୍ତଙ୍କୁ ଜାଣିବା ଆବଶ୍ୟକ ।

ଲକ୍ଷଣ: ଅଂଶୁଘାତ ହେବାର ମୁଖ୍ୟ ଲକ୍ଷ୍ୟଣ ହେଲା, ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇବା, ବାନ୍ତି ହେବା, ଅତ୍ୟଧିକ ଜ୍ଵର ହେବା, ଶ୍ଵାସକ୍ରିୟାରେ ଅସୁବିଧା, ହାଲିଆ ଲାଗିବା ଇତ୍ୟାଦି ।

ମୁଖ୍ୟ କାରଣ:
ଅତ୍ୟଧିକ ଖରା ବା ସୂର୍ଯ୍ୟକିରଣରେ କାମ କରିବା, ଗରମ ପବନ "ଲୁ" ସଂସ୍ପର୍ଶରେ ଆସିବା ଦ୍ଵାରା ଅଂଶୁଘାତ ହେବାର ସମ୍ଭାବନା ଥାଏ । କିନ୍ତୁ ଏହା ଛଡା ନିର୍ଜଳିକରଣ (Dehydration), ରକ୍ତରେ ଶର୍କରା (Sugar) ଭାଗ କମିଯିବା, ଉଚ୍ଚ ରକ୍ତଚାପ ଇତ୍ୟାଦି ଦ୍ଵାରା ଅଂଶୁଘାତ ହେବାର ସମ୍ଭାବନା ଥାଏ ।

ଅଂଶୁଘାତଠୁ ଦୂରେଇ ରହିବା ନିମନ୍ତେ କ'ଣ କରିବେ ଓ କ'ଣ କରିବେ ନାହିଁ:
  • ଘରୁ ବାହାରିବା ଆଗରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଏକ ବୋତଲରେ ପାଣି ନିଅନ୍ତୁ । 
  • ଘରୁ ପଦାକୁ ଯିବା ଆଗରୁ ମୁଣ୍ଡରେ ଓଦା ଗାମୁଛା/କପଡା ପକାନ୍ତୁ । 
  • କଳା/ଗାଢ ରଙ୍ଗର ପୋଷାକ ପରିବର୍ତ୍ତେ ଧଳା ପୋଷାକ ପିନ୍ଧିକରି ବାହାରକୁ ଯାଅନ୍ତୁ । 
  • ଛତା, ଜୋତା ଓ କଳା ଚଷମା (Sun glass) ବ୍ୟବହାର କରନ୍ତୁ । 
  • ପଇଡପାଣି, ଲେମ୍ବୁ ପାଣି, ଦହି ସରବତ, ତୋରାଣି ଯଥେଷ୍ଟ ପରିମାଣରେ ପିଅନ୍ତୁ । 
  • ହାଲିଆ ଲାଗିଲେ ଛାଇ ଯାଗା କିମ୍ବା ଫ୍ୟାନ (ପଙ୍ଖା) ତଳେ ବସନ୍ତୁ କିମ୍ବା ଅଳ୍ପ ସମୟ ବିଶ୍ରାମ କରନ୍ତୁ । 
  • ନିର୍ଜଳିକରଣ (Dehydration) ଅନୁଭୂତ ହେଲେ ଇଲେକ୍‌ଟ୍ରୋଲାଇଟ/ଓ.ଆର.ଏସ. ଦ୍ରବଣ ପିଅନ୍ତୁ । 
  • ଟିଣ ଆଜବେଷ୍ଟସ ଘରେ ନଡା/ଛଣ ବିଛାନ୍ତୁ । 
  • ଟାଣ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ । 
  • ଖରାବେଳେ ପଦାକୁ ବାହାରନ୍ତୁ ନାହିଁ । 
  • ବିନା ଛତା, ଜୋତା ଓ ପାଣି ବୋତଲରେ ବାହାରକୁ ବାହାରନ୍ତୁ ନାହିଁ । 
  • ଏହି ସମୟରେ ମାଦକ ଦ୍ରବ୍ୟ, ମଦ୍ୟପାନ ଇତ୍ୟାଦି ସେବନ କରନ୍ତୁ ନାହିଁ । 
  • ଖରାଦିନରେ ବ୍ରତ, ଉପବାସ କରନ୍ତୁ ନାହିଁ । 
  • ଛୋଟ ପିଲାମାନଙ୍କୁ ଖରାବେଳେ ବାହାରକୁ ଖେଳିବା ପାଇଁ ଛାଡନ୍ତୁ ନାହିଁ । 
  • ବୟସ୍କ ବ୍ୟକ୍ତି, ବୃଦ୍ଧ/ବୃଦ୍ଧା, ଗର୍ଭବତୀ ମହିଲା ମାନଙ୍କୁ ଖାଲି ପେଟରେ ରହିବା ପାଇଁ ଦିଅନ୍ତୁ ନାହିଁ । 
  • ଅଂଶୁଘାତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରାନ୍ତୁ, ତାଙ୍କ ଦେହରେ ବରଫ ଘଷନ୍ତୁ ନାହିଁ ।
ଘରୋଇ ପ୍ରତିକାର
ଖରାଦିନେ ପାଚିଲା ଆମ୍ବା ରସ, ତରଭୁଜ ଓ ଅନ୍ୟାନ୍ୟ ଫଳରସ ପ୍ରଚୁର ପରିମାଣରେ ପିଅନ୍ତୁ । ଦେହରୁ ଜଳୀୟ ଅଂଶ ମାତ୍ରା କମିଗଲେ ତୁରନ୍ତ ଇଲେକଟ୍ରୋଲାଇଟ/ଓ.ଆର.ଏସ. ଦ୍ରବଣ ପିଅନ୍ତୁ । ଖରାଦିନେ ଓଡ଼ିଆଙ୍କ ପ୍ରିୟ ଦହି ପଖାଳ ସେବନ କରିବା ସହ ଦହି ସରବତ, ଚିନି-ଲୁଣ ପାଣି ପିଅନ୍ତୁ ।

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।