Odia Lyrics: *Saburi Mangala Karibu Tu Maa* From Sarala Nirjhara - By Kumar Kirtti (PDF)

OdiaPortal Lab
Uploaded by:
0
Odia Lyrics: *Saburi Mangala Karibu Tu Maa* From Sarala Nirjhara - By Kumar Kirtti

"Saburi Mangala Karibu Tu Maa" is one of the most heart touching Odia Sarala Bhajan, vocal by Kumar Kirtti. Lyrics by Mastro Guru. Check out the lyrics in Odia Language. Share this post on Facebook and other social media websites. Thank You.

ସବୁରି ମଙ୍ଗଳ କରିବୁ ତୁ ମା’,
ବାହିନବୁ ତୁ ସବୁରି ନାଆ (x୩)

କୁନ୍ତୀ ସାଜି ତୁ ମା’, ରହିଥିବୁ ସଦା
ତୋର ସନ୍ତାନ ପାଖରେ,
ଗାନ୍ଧାରୀ ହେଇ ତୁ, ଆଖି ବୁଜି ଦବୁ
ଦୁନିଆର ଏ ମିଛରେ (x୨)
ଏ ମହାଭାରତେ ପାଣ୍ଡବ ପଛରେ
ପାଞ୍ଚାଳି ହୋଇ ତୁ ହୋଇବୁ ମା’ ସାହା
ସବୁରି ମଙ୍ଗଳ କରିବୁ ତୁ ମା’...

ଧରଣୀ ସାଜି ତୁ, ସହି ଯିବୁ ମା’ ଲୋ
ଜଗତର ଯେତେ ନାଟ,
ଆକାଶ ହୋଇ ତୁ ବରସି ଯିବୁ ମା’,
ଫୁଲର ସେ ମହା ହାଟ (x୨)
ଯୁଗେ ଯୁଗେ ମା’, ଲଗାଇ ଭାଙ୍ଗିବୁ
ଦୁନିଆର ଏ ଖେଳ ପୁରୁଣା ନୂଆ
ସବୁରି ମଙ୍ଗଳ କରିବୁ ତୁ ମା’...

ହସ ଯମୁନାରେ, ବେଶ ଧରି ମା’ ଲୋ
ସଜାଇ ଦବୁ ତୋ ବାସ
ବାଆ ଦୂର କରି ରାହା ଦେଇ ମା’ ଲୋ
ସଜାଇବୁ ତୋର ହସ (x୨)
ତୋର ସେଇ ଶଙ୍ଖା, ତୋର ସେ ସିନ୍ଦୁର
ଦେଖୁଥାଉ ସଦା ଏ ଜଗତ ଛୁଆ
ସବୁରି ମଙ୍ଗଳ କରିବୁ ତୁ ମା’...

ସବୁରି ମଙ୍ଗଳ କରିବୁ ତୁ ମା’... ମା’...

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!