Odia Sad Song Lyrics: Nida Bhara Rati, Madhu Bhara Janha By Md. Nizam (Odia Script)

OdiaPortal Lab
Uploaded by:
2
Odia Sad Song Lyrics: Nida Bhara Rati, Madhu Bhara Janha By Md. Nizam (Odia Script)
Odia Sad Song Lyrics: Nida Bhara Rati, Madhu Bhara Janha (ନିଦ ଭରା ରାତି, ମଧୁ ଭରା ଜହ୍ନ) By Md. Nizam (Odia Script)


ନିଦ ଭରା ରାତି, ମଧୁ ଭରା ଜହ୍ନ
ଫିକା ଫିକା ଏହି ଜୋଛନା
ତୁମେ ନାହଁ ସାଥେ ଆଜି ଏଇ ରାତି
ଏକା ଏକା ଭଲ ଲାଗେନା, ଭଲ ଲାଗେନା ।

ଦୂରେ ବହୁ ଦୂରେ ନଈ ଆର ପାରେ
ବିରହିକି ଝୁରେ ବଇଁଶିର ସୁରେ
ସେହି ସୁରେ ହଜି ଜୋଛନାରେ ଭିଜି
ଖୋଜେ ମୁଁ ତୁମକୁ ଏକା ଏକା ଆଜି
ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ
କୁମୁଦିନୀ ମନ ବେଦନା
କୁମୁଦିନୀ ମନ ବେଦନା 

ତୁମେ ନୀଳ ଢେଉ, ମୁଁ ଯେ ବେଳାଭୁଇଁ
ତୁମେ ଯାଅ ଦୂରେ ଖାଲି ମତେ ଛୁଇଁ
ପାସେ ଥିଲେ କିଛି ପାରେନାହିଁ କହି
ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ
ଧରା ଦେଲେ ମାରି କହି ଦେବି ହେଲେ
ଭାବେ ସିନା କହି ପାରେନା 
ଭାବେ ସିନା କହି ପାରେନା 

ନିଦ ଭରା ରାତି, ମଧୁ ଭରା ଜହ୍ନ
ଫିକା ଫିକା ଏହି ଜୋଛନା
ତୁମେ ନାହଁ ସାଥେ ଆଜି ଏଇ ରାତି
ଏକା ଏକା ଭଲ ଲାଗେନା, ଭଲ ଲାଗେନା,
ଭଲ ଲାଗେନା, ଭଲ ଲାଗେନା ।
Tags:

Post a Comment

2Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!