Check out this awesome odia poetry by Snigdha Mishra from Bhubaneswar.
ମୁଁ ଆଉ ମୋ ଶୂନ୍ୟତା
ନିଜ ଠାରୁ ମୁଁ ଯେ ଶତ ଶତ ଦୂରେ
ଅଫେରା ରାଇଜେ ଆଜି
ଖୋଜିବୁଲେ ପୁଣି କୁମୁଦ ଐଶ୍ଵର୍ଯ୍ୟ
ମଲା ଜହ୍ନଟିଏ ସାଜି ...(୧)
ସ୍ଵପ୍ନର ଉହାଡେ ସରିଗଲା କାହିଁ
ମୋର ଅସ୍ତିତ୍ଵ ଅବଧି
ପାଉଁଶ ତଳର ବହ୍ନି ଆଜି ମୁଁ
ଜାଳେ ନିଜର ପରିଧି ...(୨)
ନିଦାଘ ପହରେ ପତ୍ରଝଡା ମୁହିଁ
ରବି ତେଜେ ଆଜି ଦଗ୍ଧା
ଅଟ୍ଟହାସ୍ୟ କରେ ମୋ ଶୂନ୍ୟତା ମତେ
ଏକାନ୍ତ ପଥରେ ସ୍ନିଗ୍ଧା ...(୩)
ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।