Odia Poetry: *Beti Bachao Beti Padhao* By Santilata Dash (Teacher) From Nirakarpur

OdiaPortal Lab
Uploaded by:
0
Odia Poetry: *Beti Bachao Beti Padhao* By Santilata Dash (Teacher) From Nirakarpur
"Beti Bachao Beti Padhao" - Awesome Odia Poem on Girl education by Mrs. Santilata Dash (MA, B.Ed.), Asst. Teacher, Kshetrabashi Ekademi, Nirakarpur, Khurda.


ବେଟି ବଚାଅ ବେଟି ପଢାଅ

ଆସଲୋ ଭଉଣୀ ଆସଲୋ, ଆସ ଘରୁ ବାହାରି,
ଯିବା ବିଦ୍ୟାଳୟ ଝିଏଲୋ ବହି କଲମ ଧରି । (୧)
ରହିବାନି ଅଧା ପାଠୁଆ ଆମେ ଝିଅ ହୋଇଣ
ଦେଶ ଆଗେଇଲା, ଆଗେଇ ଯିବା ସଭିଏଁ ଜାଣ । (୨)
ସୀତା ସାବିତ୍ରୀଙ୍କ ରାଇଜ ଆମ ଭାରତ ବର୍ଷ,
ମାତା କୁନ୍ତୀ ଆଉ ଦ୍ରୋପଦୀ ଦେବୀ ଧୈର୍ଯ୍ୟ ସାହାସ । (୩)
ବେଦ ବେଦାନ୍ତର ବିଦୂଷୀ, ଗାର୍ଗୀ, ଆପୋଲା, ମୈତ୍ରୀ
କେତେ ବିରାଙ୍ଗନା ଏ ଦେଶେ ଜନ୍ମି ଅଛନ୍ତି । (୪)
ରାଣୀ ଦୁର୍ଗାବତୀ ମେୱାର ରାଣୀ ପଦ୍ମିନୀ ସତୀ,
ରାଣୀ ଲକ୍ଷ୍ମୀବାଇ ଥରାଇ ଥିଲେ ବିଦେଶୀ ଶକ୍ତି । (୫)
ଯୁଦ୍ଧ କରି ଯୋଦ୍ଧା ବେଶରେ ଭାରତୀୟ ଲଳନା,
ରଖିଛନ୍ତି ଆମ ଦେଶରେ ଯଶ ଉଡ଼ାଇ ବାନା । (୬)
ଇନ୍ଦିରା ଗାନ୍ଧୀ ବି ହୋଇବା, ହେବା କିରଣ ବେଦୀ
ମଦର ଟେରେସା ହୋଇଣ ଦେଶ ସେବା କରିବି । (୭)
କଳ୍ପନା ଚାୱଲା ହୋଇତ ଅନ୍ତରୀକ୍ଷେ ଉଡିବା,
ଆକାଶ ଭିତରେ ରହସ୍ୟ ଗବେଷଣା କରିବା । (୮)
ହେବା ବୈଜ୍ଞାନିକ, ଡାକ୍ତର ପାଇଲଟ ହୋଇବା,
ଯୁଦ୍ଧ ବେଳେ ଯୁଦ୍ଧ କରିବା, ରାଣୀ ଝାନସୀ ହୋଇବା । (୯)
କମ୍ପ୍ୟୁଟର ଶିଖି ପଢିବା ହେବା ଦେଶର ଯନ୍ତ୍ରୀ,
ନିର୍ବାଚନେ ଜିତି ହୋଇବା ଆମ ଦେଶର ମନ୍ତ୍ରୀ । (୧୦)
ରାଜନୀତି କ୍ଷେତ୍ରେ ମିଶିବା ଯେବେ ଭୋଟ ପାଇ,
ଦେଶ ଓ ଜାତିର ଉନ୍ନତି ଆମେ କରିବା ତହିଁ । (୧୧)
ମେରି କମ୍ ହେବୁ, ହୋଇବୁ ଆମେ ଝିଅ ସାଇନା,
ପି.ଟି. ଉଷା ହୋଇ ରଖିବୁ ଆମେ ଦେଶର ନାଁ । (୧୨)
ଲତା ମଙ୍ଗେସକର ହୋଇବା ହେବା କୋକିଳ କଣ୍ଠୀ,
ସଂଯୁକ୍ତା ହୋଇଣ ନୃତ୍ୟରେ, ନାଁ ନେବା ଓଡ଼ିଶୀ । (୧୩)
ମାଆ ଯେବେ ହେବ ପାଠୋଇ ଦେଶ ଯିବ ଆଗେଇ,
ଅପାଠୁଆ କେହି ରହିବେ ନାହିଁ ହସିବ ଏ ଭାରତଭୁଇଁ । (୧୪)
ବିଜ୍ଞଜନ ମାନେ ଶୁଣନ୍ତୁ କରୁ ଆମେ ମାଗୁଣୀ
କନ୍ୟା ଭାବି ଭୃଣ ହତ୍ୟାକୁ କେହି କରନ୍ତୁ ନାହିଁ । (୧୫)
ଝିଅ ଟିଏ ଜାୟା, ଜନନୀ, ଆଉ ସିଏ ଭଗିନୀ
ଘରଟି ହୁଏ ସୁନ୍ଦର, ଝିଅ ପରଶମଣୀ । (୧୬)
ଅଖୋଜା ଅଲୋଡା ନୋହିବେ ଆଉ କନ୍ୟା ସନ୍ତାନ
ଭୃଣ ହତ୍ୟା କେବେ ନକର ମା’ ବାପାଙ୍କୁ ରାଣ । (୧୭)
କନ୍ୟାତ ଜନନୀ, ଭଗିନୀ ଆଉ ସୃଷ୍ଟିକାରିଣୀ,
ବେଟୀକୁ ବଂଚାଅ ପଢାଅ ଏହା ଆମ ମାଗୁଣୀ । (୧୮)

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!