Odia Poetry: *Heba Jadi Hua (ହେବ ଯଦି ହୁଅ)* By Snigdha Mishra, Siripur, BBSR

OdiaPortal Lab
Uploaded by:
0
Odia Poetry: *Heba Jadi Hua (ହେବ ଯଦି ହୁଅ)* By Snigdha Mishra, Siripur, BBSR
ହେବ ଯଦି ହୁଅ ବରଷା ଧାରାଟେ
ଅଗଣାରେ ଯାଅ ଝରି
ଲୁଚାଇଦିଅ ହେ ତୁମ ଆବରଣେ
ନୟନୁ ଅଶ୍ରୁର ବାରି
ହେବ ଯଦି ହୁଅ କୁହୁଡିର ଧୂଆଁ
ମୋର ଚୌଦିଗେ ବିସ୍ତାରି
ବିରହକୁ ମୋର ନ ଦେଖୁ କେହି ବି
ସବୁ ନିଅ ତୁମେ ହରି
ହେବ ଯଦି ହୁଅ ସମୀରଣଟିଏ
ଉପବନେ ଆସି ମୋର
ଉଦାସୀନତାକୁ ପରିଧିରୁ ମୋର
ନେଇଯାଅ ବହୁ ଦୂର
ହେବ ଯଦି ହୁଅ ବାରିଦଟେ ତୁମେ
ବିଶାଳ ହୃଦୟ ନେଇ
ନିଦାଘରେ ଆଉ ଜଳିବିନି ମୁଁ ଯେ
ପାଇଲେ ତୁମରି ଛାଇ
ହେବ ଯଦି ହୁଅ ପ୍ରତିବିମ୍ବଟିଏ
ମନ ସରସୀରେ ମୋର
ନିଶ୍ଚଳ ନୟନେ ସେ ପ୍ରତିବିମ୍ବକୁ
ଚାହିଁଥିବି ହୋଈ ସ୍ଥିର
ହେବେ ଯଦି ହୁଅ କୁସୁମଟେ ତୁମେ
ବଗିଚାରେ ସଦା ମୋର
ତୁମରି ସୁବାସେ ମହକି ବି ମୁହିଁ
ମହକିବ ମୋ ସଂସାର
ହେବ ଯଦି ହୁଅ ଛବିଟିଏ ତୁମେ
ମୋ ଅନ୍ତରେ ଯାଅ ରହି
ଦେଖୁଥିବି ତୁମ ଅମୂଲ୍ୟ ରୂପକୁ
ନ ପାରିଲେ ବି ଥରେ ଛୁଇଁ

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!