Odia Poetry: *Sunya Jibana Adhara (ଶୂନ୍ୟ ଜୀବନ ଆଧାର)* By Snigdha Mishra, Siripur, BBSR

OdiaPortal Lab
Uploaded by:
0
Odia Poetry: *Sunya Jibana Adhara (ଶୂନ୍ୟ ଜୀବନ ଆଧାର)* By Snigdha Mishra, Siripur, BBSR

Odia Poetry: *Sunya Jibana Adhara (ଶୂନ୍ୟ ଜୀବନ ଆଧାର)* By Snigdha Mishra, Siripur, BBSR

ଶୂନ୍ୟ ଜୀବନ ଆଧାର

ଅଶ୍ରୁର ପାଇଁ
ଆଶ୍ରିତ ପ୍ରତୀକ୍ଷା
ଅଶ୍ରୁଳ କରେ ଅନ୍ତର
ଆସକ୍ତିର ଆଶ୍ରା
ଅଧ୍ୟାସ ସାଜିଲେ
ବହେ ଅଶ୍ରୁର ଧାର

ସ୍ମୃତିଟିଏ ପାଇଁ
ସ୍ମୃତି ହେଲି ବୋଲି
ସ୍ମୃତି ପାଶେ ନାହିଁ ମୋର
ସ୍ମୃତି ଅନୁଭୂତି
ଦିଗହଜା ହେଲେ
ଭାଙ୍ଗେ ସ୍ମୃତିର ମନ୍ଦିର

ତଟିନୀଟେ ହୋଈ
ତଟ ପାଏ ନାହିଁ
ନିର୍ଜଳା ହୁଏ ସରିତ
ସାଗର କାମନା
ପ୍ରାପ୍ତିର ବାସନା
ସବୁ ତ ହୁଏ ସମାପ୍ତ

- ସ୍ନିଗ୍ଧା ମିଶ୍ର

Post a Comment

0Comments

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।

Post a Comment (0)

#buttons=(Ok, Go it!) #days=(20)

Our website uses cookies to enhance your experience. Learn more
Ok, Go it!