Recent Posts

Mythology: 20 Important Facts You Should Know About *Ravana* in Odia (PDF Avl.)

May 5, 2016 | Views
ନିଜର ଜାତକ ନିଜେ ଦେଖନ୍ତୁ - ବିବାହ ଦିଗ, ମାଙ୍ଗଳିକ ଦୋଷ, ରାଜଯୋଟକ ତାଲିକା, ମହାଦଶା ଓ ଜନ୍ମକୋଷ୍ଠୀ ସହ ୭୫+ ତଥ୍ୟ ।
You Can order Printed Jataka Booklet Also

Please Install from Playstore. Click the button to Install for Free!
Download (APP)
ravana, uttar pradesh, jaya and vijaya, rama chandra setubandhanam, hanuman, nandi, kailash mount, odia pdf download, mythology, spiritual, shiva tandav stotra, laxman, Mythology: 20 Important Facts You Should Know About *Ravana* in Odia (PDF Avl.)

Valmiki’s Ramayana paint Ravana as a tyrant of -- mighty power who was holding the gods at ransom, and he -- continues to be treated as a blackguard in India even today. In the classic text, he is found kidnapping Rama's wife Sita, to claim vengeance on -- Rama and his brother Lakshman for having cut off the nose of his sister Surpanakha. Lets check out "Ravana"s some interesting facts in Odia script. 

“ରାବଣ” ବିଷୟରେ କେତେକ ଅଜଣା କଥା
ରାମାୟଣ କଥା ଶୁଣିବା କିମ୍ବା ରାମାୟଣ ସମ୍ବନ୍ଧୀୟ ଚଳଚିତ୍ର କିମ୍ବା ସିରିଏଲ ଦେଖିଲା ବେଳେ ଆପଣ “ରାବଣ” ବୋଲି ଜଣେ ଚରିତ୍ର କଥା ଶୁଣିଥିବେ କିମ୍ବା ଦେଖିଥିବେ । ଅତି ସଂକ୍ଷେପରେ କହିବାକୁ ଗଲେ “ରାବଣ” ଏକ ରାକ୍ଷସ ଥିଲା । ରାକ୍ଷସ ସହ ସେ ଜଣେ ଉଚ୍ଚକୋଟୀର ଜ୍ଞାନୀ, ମହାପଣ୍ଡିତ ତଥା ବ୍ରାହ୍ମଣ ଥିଲା । ରାବଣ ସହ ଅନେକ ପୌରଣିକ ତଥ୍ୟ ଯୋଡି ହୋଇ ରହିଛି । ଚାଲନ୍ତୁ ପଢିବା ।

୧. ଜୟ ଓ ବିଜୟ ବୋଲି ଦୁଇ ଜଣ ବୈକୁଣ୍ଠର ଦ୍ଵାରପାଳ, ବ୍ରହ୍ମାଙ୍କ ମାନସ ପୁତ୍ରଙ୍କ ଠାରୁ ଅଭିଶାପ ପାଇଥିଲେ ଯେ ସେମାନେ ବୈକୁଣ୍ଠରେ ଜାଗା ପାଇବେ ନାହିଁ ଓ ମର୍ତ୍ତରେ ମଣିଷ ଜନ୍ମ ନେବେ । ଏହା ଶୁଣି ଶ୍ରୀ ହରି, ଜୟ ଓ ବିଜୟଙ୍କୁ ୨ ଗୋଟି ବିକଳ୍ପ ଦେଲେ । (କ) – ବିଷ୍ଣୁ ଭକ୍ତ ତଥା ମରଣଶୀଳ ମନୁଷ୍ୟ ଭାବେ ୭ ଥର ଜନ୍ମ ନେବେ (ଅଥବା) (ଖ) – ଶକ୍ତିଶାଳୀ ଯୋଦ୍ଧା/ମନୁଷ୍ୟ କିନ୍ତୁ ବିଷ୍ଣୁଙ୍କ ଶତ୍ରୁ ବେ ୩ ଥର ଜନ୍ମ ନେବେ । ଏହା ଶୁଣି ଜୟ ଓ ବିଜୟ ଦ୍ଵିତୀୟ ବିକଳ୍ପ କୁ ବାଛିଲେ । ଯେଉଁଥି ପାଇଁ ସେମାନେ ସତ୍ୟ ଯୁଗରେ “ହିରଣ୍ୟକଶିପୁ” ଓ “ହିରଣ୍ୟାକ୍ଷ”; ତ୍ରେତୟା ଯୁଗରେ “ରାବଣ” ଓ “କୁମ୍ଭକର୍ଣ୍ଣ” ଏବଂ ଦ୍ଵାପର ଯୁଗରେ “ଶିଶୁପାଳ” ଓ “ଦନ୍ତବକ୍ର” ଭାବେ ଅବତାର ନେଇଥିଲେ ଏବଂ ଏ ସମସ୍ତ ଅବତାର ଗୁଡିକ ଶ୍ରୀ ହରିଙ୍କ ବିଭିନ୍ନ ଅବତାର ଦ୍ଵାରା ବଦ୍ଧ ହୋଇଥିଲେ ।

୨. “ରାବଣ” ନାମର ଅର୍ଥ ତାମିଲ ଶବ୍ଦ “ଇରାଇଭାନ” ରୁ ସୃଷ୍ଟି । ଯାହାର ଅର୍ଥ “ପ୍ରଭୁ ବା ରାଜା” । କିନ୍ତୁ, ରାମଦେଓ ପାସୱନ ବୋଲି ଜଣେ ଲେଖକ ତାଙ୍କ ପୁସ୍ତକ “ଭାରତ ସେ ଆୟା”ରେ “ରାବଣ” ନାମର ସଂପୂର୍ଣ୍ଣ ଅର୍ଥ “ରାଜନେର ବରେନ୍ଦୁ ନରେନ୍ଦର” ବୋଲି ଲେଖିଥିଲେ । (୧୮ନମ୍ବର ଦେଖନ୍ତୁ)

୩. ଉତ୍ତର ପ୍ରଦେଶ ରାଜ୍ୟର ଗୌତମ ବୁଦ୍ଧ ନଗର ଜିଲ୍ଲାରେ “ବିସର୍କ” ନାମକ ଏକ ଛୋଟ ଗ୍ରାମ ଅଛି । ଯେଉଁଠାରେ “ରାବଣ” ଜନ୍ମ ନେଇଥିଲା । (ସେ ଗ୍ରାମରେ ରାବଣପୋଡି, ଦଶହରା କିମ୍ବା ଦୀପାବଳୀ କେବେ ପାଳନ କରାଯାଏ ନାହିଁ ବରଂ ରାବଣ ପାଇଁ ଶୋକ ପାଳନ କରାଯାଇଥାଏ ।)

୪. “ରାବଣ” କୁ ଦଶାନନ ବୋଲି କୁହାଯାଏ । କାରଣ ତାର ଦଶଟି ମୁଣ୍ଡ ଥିଲା ।
୫. ରାବଣ ମହାପଣ୍ଡିତ ତଥା ମହାବ୍ରାହ୍ମଣ ଥିଲା । ସେ ୬ ଶାସ୍ତ୍ର ଓ ୪ ଗୋଟି ବେଦ ଉପରେ ଅଗାଢ ପାଣ୍ଡିତ୍ୟ ହାସଲ କରିଥିଲା । ତାର ୧୦ ମୁଣ୍ଡ, ୬ ଶାସ୍ତ୍ର ଓ ୪ ବେଦର ପ୍ରତୀକ ବୋଲି କୁହାଯାଏ । ଅନ୍ୟ ପକ୍ଷରେ ଗୋଟିଏ ସାଧାରଣ ମନୁଷ୍ୟ ପାଖରେ ଥିବା ୧୦ ଗୋଟି ଭିନ୍ନ ଭିନ୍ନ ଗୁଣ ପାଇଁ ରାବଣର ୧୦ ଗୋଟି ମୁଣ୍ଡ ପ୍ରତୀକ ଅଟେ । ସେଗୁଡିକ ହେଲା: କାମ, କ୍ରୋଧ, ମୋହ, ଲୋଭ, ଗର୍ବ, ଈର୍ଷା, ମାନସ, ବୁଦ୍ଧି, ଚିତ୍ତ ଓ ଅହଂକାର

୬. ରାବଣ, ଆୟୁର୍ବେଦ ଓ ରାଜନୀତି ବିଜ୍ଞାନରେ ପାଣ୍ଡିତ୍ୟ ହାସଲ କରିଥିବା ବେଳେ ଅସୁର ବିଦ୍ୟା, ମାୟା, ତନ୍ତ୍ର ବିଦ୍ୟା, କଳାଯାଦୁ ରେ ନିପୁଣତା ହାସଲ କରିଥିଲା । ଏଥି ସହ ସେ “ବୀଣା” ବଜାଇବାରେ ଦକ୍ଷତା ହାସଲ କରିଥିଲା ।

୭. ରାବଣର ପିତା ମହର୍ଷି “ବିଶ୍ରବା” ଅଟନ୍ତି । ବିଶ୍ରବା ଋଷି ମହା ପଣ୍ଡିତ ଥିଲେ । ଅପରପକ୍ଷେ ରାବଣର ମାତା “କୈକେସୀ (ନିକସା)” ଥିଲେ, ଯିଏ କି ଜଣେ ରାକ୍ଷସୀ ରାଜକନ୍ୟା ଥିଲେ । ତେଣୁ ରାବଣ ଜଣେ ବ୍ରାହ୍ମଣ ହୋଇଥିବା ବେଳେ ଜଣେ ରାକ୍ଷସ ଅଟେ ।

୮. ବିଶ୍ରବାଙ୍କ ପ୍ରଥମ ପତ୍ନୀଙ୍କ ଠୁ ଜାତ ପୁତ୍ର ହେଉଛନ୍ତି “କୁବେର” । ଅର୍ଥାତ ରାବଣର ଭାଇ (ବଡ) ହେଉଛନ୍ତି କୁବେର (ଦେବତା ମାନଙ୍କ କୋଷାଧ୍ୟକ୍ଷ)।
୯. କୁବେରଙ୍କ ବ୍ୟତୀତ ଭିବିଷଣ, କୁମ୍ଭକର୍ଣ୍ଣ, ଅହିରାବଣ; ରାବଣର ଭାଇ ଥିଲେ । କୁମ୍ଭୀନୀ ଓ ସୁପ୍ଣନେଖା (ଚନ୍ଦ୍ରମୁଖୀ) ରାବଣର ଭଉଣୀ ଥିଲେ ।

୧୦. ମନ୍ଦୋଦରୀ, ରାବଣର ସ୍ତ୍ରୀ ଓ ମେଘନାଦ (ଇନ୍ଦ୍ରଜିତ), ଅକ୍ଷୟ କୁମାର, ଦେବନ୍ତକ, ଅତିକାୟ, ନରନ୍ତକ, ତ୍ରିଶିର, ପ୍ରହସ୍ତ; ରାବଣର ପୁତ୍ର ଅଟନ୍ତି ।
୧୧. ଲଙ୍କା (ବର୍ତ୍ତମାନର ଶ୍ରୀଲଙ୍କା) କୁବେରଙ୍କ ଅଧୀନରେ ଥିଲା ଓ ଭଗବାନ ଶିବଙ୍କ ପାଇଁ ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମାଣ କରଯାଇଥିଲା । ରାବଣ, ବ୍ରହ୍ମାଙ୍କ ଠାରୁ ବର ପାଇବା ପରେ ହିଂସ୍ର ହୋଇଯାଇଥିଲା ଓ କୁବେରଙ୍କ ଠାରୁ ଅନ୍ୟାୟ ଭାବେ ଲଙ୍କା ଛଡାଇ ନେଲା । ପିତା “ବିଶ୍ରବା” ଙ୍କ ଆଜ୍ଞାରେ କୁବେର ବିନା କୌଣସି ଦ୍ଵିଧାରେ ଲଙ୍କା ରାବଣକୁ ଦେଇଥିଲେ । ପରବର୍ତ୍ତୀ ସମୟରେ ରାବଣକୁ ଲଙ୍କାପତି ରାବଣ କୁହାଗଲା ।

୧୨. ରାବଣ ବହୁ ବର୍ଷ ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ବର ପାଇଥିଲା । ସେ ବ୍ରହ୍ମାଙ୍କୁ ଅମର ହେବା ପାଇଁ ବର ମାଗିଥିଲା କିନ୍ତୁ ବ୍ରହ୍ମା ଦେଇନଥିଲେ । ବ୍ରହ୍ମା ରାବଣକୁ ଅମୃତ ଦେଇଥିଲେ ଯାହା ରାବଣର ପେଟରେ ଥିବା ନାଭି ତଳେ ରହିଲା । ଯେବେ ପର୍ଯ୍ୟନ୍ତ ତାହା ରହିବ ସେବେ ପର୍ଯ୍ୟନ୍ତ ରାବଣ ଅମର ରହିବ – ଏହା ବ୍ରହ୍ମା ବର ଦେଲେ । ଏଥିସହ କୌଣସି ଦେବତା, ହିଂସ୍ର ଜନ୍ତୁ, ରାକ୍ଷସ ଇତ୍ୟାଦି ରାବଣ କୁ ମାରି ପାରିବେ ନାହିଁ, ଏ ବର ବି ରାବଣ ମାଗିନେଲା କିନ୍ତୁ ମରଣଶୀଳ ମନୁଷ୍ୟଙ୍କୁ ହେୟ ମନେ କରି ତାଙ୍କ ପାଇଁ କୌଣସି ବର ମାଗିଲା ନାହିଁ ଯାହାଫଳରେ ରାମଚନ୍ଦ୍ର ମନୁଷ୍ୟ ରୂପରେ ରାବଣକୁ ବଦ୍ଧ କରିଥିଲେ ।

୧୩. ରାବଣ ଶିବଙ୍କ ପରମ ଭକ୍ତ ଅଟେ । ସେ ଶିବଙ୍କ ଉଦ୍ଦେଶ୍ୟରେ “ଶିବ ତାଣ୍ଡବ ସ୍ତୋତ୍ର” ରଚନା କରିଥିଲା । ଏହି ସ୍ତୋତ୍ର ଶିବଙ୍କ ପାଇଁ ଲେଖାଯାଇଥିବା ସମସ୍ତ ସ୍ତୋତ୍ର ଓ ପ୍ରାର୍ଥନା ମାନଙ୍କ ମଧ୍ୟରୁ ଅତି ଶକ୍ତିଶାଳୀ ଓ ଜଟିଳ ଅଟେ, ଯାହାକୁ ସାଧାରଣ ପଣ୍ଡିତ ରଚନା କରିବା ବଡ କଷ୍ଟକର ବ୍ୟାପାର ହେବ ।

“जटाटवीगलज्जलप्रवाहपावितस्थले
गलेऽवलम्ब्य लम्बितां भुजङ्गतुङ्गमालिकाम् ।
डमड्डमड्डमड्डमन्निनादवड्डमर्वयं
चकार चण्डताण्डवं तनोतु नः शिवः शिवम् ॥”

୧୪. ରାବଣ, କୈଳାସ ପର୍ବତରେ ବାସ କରୁଥିବା ଶିବ ଓ ପାର୍ବତୀଙ୍କ ନିକଟକୁ ଯାଇଥିଲା । ସେଠାରେ ଶିବଙ୍କ ଅନୁଚର “ନନ୍ଦୀ” ଭିତରକୁ ଯିବାକୁ ନଦେବାରୁ ରାବଣ ନନ୍ଦୀକୁ ଚିଡାଇବାକୁ ଲାଗିଲା ଯାହା ଫଳରେ ନନ୍ଦୀ କ୍ରୋଧାନ୍ଵିତ ହୋଇ ରାବଣକୁ ଅଭିଶାପ ଦେଇଥିଲେ ଯେ ଲଙ୍କା ଗୋଟିଏ ମାଙ୍କଡ ଦ୍ଵାରା ଧ୍ଵଂସ ହେବ ।

୧୫. ରାମ, ଲଙ୍କାକୁ ଯିବା ପାଇଁ ସେତୁବନ୍ଧ ନିର୍ମାଣ କରିଥିଲେ । କିନ୍ତୁ, ତାହାକୁ ପ୍ରତିଷ୍ଠା କରିବା ପାଇଁ ସୁଯୋଗ୍ୟ ବ୍ରାହ୍ମଣର ଆବଶ୍ୟକତା ପଡିଥିଲା । ରାବଣ ସେହି ସୁଯୋଗ୍ୟ ବ୍ରାହ୍ମଣ ଯିଏ ସେତୁବନ୍ଧ ପ୍ରତିଷ୍ଠା କରିଥିଲା ।

You may also Like: How Odisha Celebrates "DIWALI" with "Bada Badua Ho.." - Odia Article (PDF)

୧୬. ବେଦବତୀ ନାମକ ଯୁବତୀ ବିଷ୍ଣୁଙ୍କୁ ନିଜ ସ୍ଵାମୀ ରୂପେ ପାଇବା ପାଇଁ ତପସ୍ୟା କରୁଥିବା ବେଳେ ରାବଣ ତାଙ୍କ ଉପରେ କୁଦୃଷ୍ଟି ପକାଇ ଥିଲା, ଯାହା ଫଳରେ ବେଦବତୀ ନିଜ ଆତ୍ମାହୂତି ଦେଇଥିଲେ ଓ ପରବର୍ତ୍ତୀ ଜନ୍ମରେ ରାବଣର ମୃତ୍ୟୁର କାରଣ ହେବେ ବୋଲି ଅଭିଶାପ ଦେଇ ଯାଇଥିଲେ ଓ ପରବର୍ତ୍ତୀ ଜନ୍ମରେ ସେ “ସୀତା” ରୂପରେ ଜନ୍ମ ନେଇଥିଲେ (ମନ୍ଦୋଦରୀଙ୍କ ଗର୍ଭରୁ, କିନ୍ତୁ ରାବଣର ଔରସ ନୁହେଁ) ।

୧୭. ରମ୍ଭାଙ୍କ ଉପରେ ରାବଣ ଯେବେ କୁଦୃଷ୍ଟି ପକାଇ ଥିଲା, ସେ ସେବେ ଅଭିଶାପ ଦେଇଥିଲେ ଯେ, ଯେବେ ବି ରାବଣ କେଉଁ ନାରୀକୁ ଛୁଇଁବ ତେବେ ତାର ମୃତ୍ୟୁ ସୁନିଶ୍ଚିତ । ଏଥିପାଇଁ ସୀତା ଅପହରଣ ହେଲା ପରେ ବି ସତୀ ଥିଲେ । ରାବଣ କେବେବି ସୀତାଙ୍କୁ ଛୁଇଁ ନଥିଲା ।


You may also Like: Who Goes to Hell & Who goes to Heaven? - Garuda Puran Special (Odia/PDF)

୧୮. ରାବଣ, କୈଳାସ ପର୍ବତକୁ ସ୍ଥାନଚ୍ୟୁତ କରିବା ବେଳେ “ଶିବ” ତାଙ୍କ ଗୋଡର ଆଙ୍ଗୁଠିରେ କୈଳାସ ପର୍ବତକୁ ରାବଣର ବାହୁରେ ଚାପି ଦେଇଥିଲେ, ଯାହାଫଳରେ ରାବଣର ବାହୁ (କହୁଣୀରୁ ପାପୁଲି ପର୍ଯ୍ୟନ୍ତ) ଚୂର୍ଣ୍ଣ ହୋଇ ଯାଇଥିଲା ଓ ସେ ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିଥିଲା ଯେଉଁଥି ପାଇଁ ମେଦିନୀ କମ୍ପି ଯାଇଥିଲା । ଏହି ଚିତ୍କାର ବା ଗର୍ଜନରୁ ତାର ନାମ “ରାବଣ” ହେଲା । ଶିବ, ରାବଣକୁ ଏକ ଖଡ୍ଗ ଦେଇଥିଲେ । ଯାହାର ନାମ “ଚନ୍ଦ୍ରହାସ” ଥିଲା ।

୧୯. ରାମଚନ୍ଦ୍ର, ରାବଣର ନାଭିରେ ଥିବା “ଅମୃତ” କୁ ସର ମାରିଥିଲେ ଯାହାଦ୍ୱାରା ରାବଣ ମୃତ୍ୟୁବରଣ କରିଥିଲା ।

୨୦. ରାବଣ, ରାମଚନ୍ଦ୍ରଙ୍କ ଠାରୁ ଅଧିକ ଜ୍ଞାନୀଥିଲା । ତେଣୁ ମୃତ୍ୟୁ ପୂର୍ବରୁ ରାମଚନ୍ଦ୍ର, ଲକ୍ଷ୍ମଣଙ୍କୁ ରାବଣ ନିକଟକୁ ପ୍ରେରଣ କରିଥିଲେ ରାଜନୀତି ଓ ଅନ୍ୟାନ୍ୟ ଜ୍ଞାନ ଆହୋରଣ କରିବା ପାଇଁ । ଲକ୍ଷ୍ମଣଙ୍କୁ ରାବଣ ଅନେକ ଜ୍ଞାନ ପ୍ରଦାନ କରି ମୃତ୍ୟୁବରଣ କରିଥିଲା । ମୋକ୍ଷ ପାଇବା ପାଇଁ ରାବଣ ନିଜ ବୁଦ୍ଧି, ଅହଂକାର ଇତ୍ୟାଦି ଦ୍ଵାରା ରାମଙ୍କୁ ନିଜ ପାଖକୁ ଆମନ୍ତ୍ରିତ କରି ତାଙ୍କ ହାତରେ ନିହତ ହୋଇଥିଲା । ପୁରାଣରେ ରାକ୍ଷସ ହେଲେ ବି ରାବଣ ଜଣେ ମହାପଣ୍ଡିତ – ଏହା କହିବା ଅତ୍ୟୁକ୍ତି ହେବ ନାହିଁ ।

-ଭବାନୀ ପ୍ରସାଦ ପଣ୍ଡା (ଓନର୍, ଓଡିଆପୋର୍ଟଲ.ଇନ୍)


You can send us your writings to publish here on this Website. Send us DTP file on our Mail ID with your Photograph. 

No comments:

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।